ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ),,ସ୍ଥାନଟିର ନାମ ହୁଏତ କେହି ନୂଆ ଶୁଣୁଥିବ ବା କେହି କେହି ଶୁଣିଥିବେ,ଝରଣା ର କୁଳୁକୁଳୁ ସଙ୍ଗୀତ ସାଙ୍ଗକୁ ଘଞ୍ଚ ଜଙ୍ଗଲ ର ଭୟାଳୁ ରୋଦନ,ଦେଇ ଯିବାକୁ ପଡ଼େ ଆଡ଼େଣିଗଡ଼ ପଞ୍ଚାୟତର ପୋଢ଼ହଳ ନାମକ ଏକ ଘଞ୍ଚ ଜଙ୍ଗଲ ମଧ୍ୟ ରେ ଅବସ୍ଥିତ ନାଉନ ଡ଼ଙ୍ଗା ଜଳପ୍ରପାତ କୁଳ କୁ, ଅତୀବ ଶାନ୍ତ ଓ ମନଲୋଭା ସ୍ଥାନଟିଏ, ଯେଉଁଠି ବର୍ଷ ର ଗୋଟିଏ ଦିନ ଜନ ସମାଗମ ଦେଖିବାକୁ ମିଳିଥାଏ,ପର୍ବପର୍ବାଣିଗୁଡିକ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ପାଳନ କରାଯାଏ । ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ । ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି । ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି । ଗର୍ଭ କହିଲେ ଭୃଣକୁ ବୁଝାଯାଏ । ଏହି ସଂକ୍ରାନ୍ତି ବେଳକୁ ଧାନଗଛର ଗର୍ଭରେ ଧାନ କେଣ୍ଡା ବାହାରେ । ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜା କରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ପ୍ରବାଦ ରହିଛି । ଚାଷୀମାନେ ଏହିଦିନ ନିଷ୍ଠାର ସହିତ ପାଳନ କରନ୍ତି । ଅଞ୍ଚଳ ର ଅଧିବାସୀ ମାନେ ଦୀର୍ଘ ଅନେକ ବର୍ଷ ହେଲା ଅଞ୍ଚଳ ପାଇଁ ଭଲ ବର୍ଷା, ଅଞ୍ଚଳ ରେ ଭଲ ଚାଷ ପାଇଁ ଏହି ପର୍ବ କୁ ପାଳନ କରିଥାନ୍ତି, ରାତ୍ରି ଉଜାଗର ରହି ରାତି ତମାମ ନାମ ସଂକୀର୍ତନ କରିଥାନ୍ତି l ଓ ପରି ଶେଷରେ ପ୍ରସାଦ ସେବନ କରି ନିଜ ନିଜ ଘରକୁ ଫେରି ଥାନ୍ତି, ଏହି ପରମ୍ପରା ସତରେ ନିଆରା lଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ବଚନ ଅଛି -ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ ।ଅର୍ଥାତ ଏହି ସମୟକୁ ଧାନଗଛ ଗର୍ଭଧାରଣ କରିସାରିଥାଏ lଅଞ୍ଚଳ ର ଏକତା ଓ ଧାର୍ମିକ ଭାବନା ଦେଖି ମନ କୁଣ୍ଢେମୋଟ ହେଇଯାଉଥିଲା, ଏହି ଭଳି ପର୍ବ ସମଗ୍ର ଜିଲ୍ଲାରେ ନିଆରା l
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”