ବିବାଦ ଘେରରେ ତିଲେଶ୍ବର ସରପଞ୍ଚ–
ନିଜ ପଇସାରେ ଡ୍ରେନ ସଫା କଲେ ବ୍ୟବସାୟୀ l

ବୌଦ୍ଧ 27/8(ଚିତ୍ତ ରଞ୍ଜନ ସିଂ )

ବୌଦ୍ଧ ଜିଲ୍ଲାର ତିଲେଶ୍ବର ସାପ୍ତାହିକ ହାଟ ଓ ଦୈନିକ ବଜାର ପାଇଁ ଜିଲ୍ଲାର ଏକ ପ୍ରମୂଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ । ତିଲେଶ୍ବର ପଞ୍ଚାୟତର ସାପ୍ତାହିକ ହାଟ, ପୋଖରୀ ଆଦିରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ ହୋଇଥାଏ । ହରଭଙ୍ଗା ବ୍ଲକର ତିଲେଶ୍ବର ପଂଚାୟତରେ ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ବେଳେ ଉନ୍ନୟନ ମୂଳକ କାର୍ଯ୍ୟରେ ତାଲା ଲାଗିଛି । ଗତ ପଂଚାୟତ ନିର୍ବାଚନରେ ନୂତନ ଭାବେ ସରପଞ୍ଚ ନିର୍ବାଚିତ ହେବା ପରେ ସବୁ ବେଳେ ବିବାଦ ଘେରରେ ରହି ଆସୁଛନ୍ତି । ନିକଟରେ ଏକ ସଡକ ଦୁର୍ଘଟଣା ସମୟରେ ଜଣେ ମହିଳାଙ୍କୁ ଅସଦାଚରଣ ସହ ମାଡ଼ ମାରି ଟଙ୍କା ସୁନା ଲୁଟିନେବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ୨ ଜଣ ସାମ୍ବାଦିକ ତାଙ୍କୁ ଉଦ୍ଧାର କରିଥିବା ବେଳେ ତାଙ୍କୁ ମଧ୍ୟ ସରପଞ୍ଚଙ୍କ ପରିବାର ପକ୍ଷରୁ ଆକ୍ରମଣ ଶିକାର ହେବାକୁ ପଡିଥିଲା । ଯାହା ପୃଥକ ଭାବେ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ସରପଞ୍ଚ ଗ୍ରାମର ଆନୁଷ୍ଠାନିକ କାର୍ଯ୍ୟକୁ ବିରୋଧ କରିବା ସହ ଉନ୍ନୟନମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ପ୍ରତ୍ୟକ ବର୍ଷ ବର୍ଷା ଦିନ ଆଗରୁ ପଂଚାୟତ ପକ୍ଷରୁ ଡ୍ରେନ ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥାଏ । ତେବେ ଗତ ୨ ବର୍ଷ ହେଲା ଏହା ହୋଇପାରୁ ନାହିଁ । ଫଳରେ ତିଲେଶ୍ବର ବଜାରରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ଚରିତ ବର୍ଷା ଋତୁରେ କେତେକ ଦୋକାନରେ ଡ୍ରେନ ପାଣି ପଶି ଅନେକ କ୍ଷତି ହୋଇଥିଲା । ତିଲେଶ୍ବର ବ୍ୟବସାୟୀ ସଂଘ ଓ ଗ୍ରାମବାସୀ ଏନେଇ ବାରମ୍ବାର ଗ୍ରାମ ପଂଚାୟତ ସରପଞ୍ଚଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ବି କୌଣସି ସୁଫଳ ମିଳୁନାହିଁ । ତେଣୁ ଗତକାଲି ବ୍ୟବସାୟର ମାସିକ ଛୁଟି ଦିନରେ କିଛି ବ୍ୟବସାୟୀ ମିଶି କେସିବି ଓ ଟ୍ରାକ୍ଟର ଲଗାଇ ଡ୍ରେନ ସଫେଇ କାମ କରିଥିଲେ । ଏହି କାର୍ଯ୍ୟକୁ ଶ୍ରୀବତ୍ସ ମେହେ, ଆର୍ତ୍ତତ୍ର।ଣ ଭୋଇ, ସୋନୁ ଅଗ୍ରୱାଲ, ବାସୁଦେବ ପ୍ରଧାନ, ବାବୁଲି ସାହୁ, ବରୁଣ କର୍ଣ, ଆଦି ବ୍ୟବସାୟୀ ନିଜ ନିଜ ପଇସାରେ ଡ୍ରେନ ସଫା କରିଛନ୍ତି । ଆଗାମୀ ଦିନରେ ପ୍ରଶାସନ ହସ୍ତକ୍ଷେପ କରି ବର୍ଷା ଦିନ ପୂର୍ବରୁ ଡ୍ରେନ ସଫେଇ କରିବା ପାଇଁ ଦାବି ହେଉଛି ।

error: Content is protected !!