ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି, ତା :-28/8/(ଆମ ଓଡିଶା ଖବର )ଆଜି ହୋଉଛି ପବିତ୍ର ଯୋଡ଼ା ଶ୍ରାବଣ ର ଶେଷ ସୋମବାର ଅଣେଇସି ବର୍ଷ ପରେ ଦେଖିବାକୁ ମିଳିଥାଏ ଏହି ଯୋଡ଼ା ଶ୍ରାବଣ ଆଜିର ପବିତ୍ର ଶ୍ରାବଣ ମାସର ଶେଷ ସୋମବାର ରେ ପ୍ରତେକ ଶିବ ମନ୍ଦିର ମାନଙ୍କରେ କାଉଡିଆ ତଥା ଅନ୍ୟ ଭକ୍ତ ମାନଙ୍କ ଭିଡ ଜମିଥିବାର ଦେଖିବାକୁ ମିଳିଥିଲା |ସମସ୍ତ ଭକ୍ତମାନେ ଶିବଲିଙ୍ଗରେ ପାଣି ଢାଳି ଭକ୍ତିପୂତ ଭାବରେ ରୀତିନୀତି ବିଧିବୋଧ ଭାବରେ ପୂଜାର୍ଚନା କରିଥାନ୍ତି କିନ୍ତୁ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଭୁକ୍ତ ଦୁର୍ଗମ ଚନ୍ଦାହାଣ୍ଡି ବ୍ଲକ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ସ୍ଥିତ ବାବୁରିଆ ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଗ୍ରାମ ପଞ୍ଚାୟତ ର ଡ୍ରାଇଭର ମହା ସଂଘ ଏକ ଫୋଖରୀ ହୁଡାରେ ଦଣ୍ଡ ବୋମ କରି ନିଜ ନିଜ ମାନସିକ ନେଇ କାଉଡିଆ ଭକ୍ତ ପହଞ୍ଚି ଥିଲେ ମନ୍ଦିରକୁ ଏବଂ ଶିବ ଲିଙ୍ଗରେ ପାଣି ଢାଳି ପୂଜାର୍ଚନା କରିଥିଲେ ଏହି ଯୋଡ଼ା ଶ୍ରାବଣ ର ଶେଷ ସୋମବାର ଦିନ ଗ୍ରାମପଞ୍ଚାୟତ ର ଡ୍ରାଇଭର ସଂଘ ମନ୍ଦିରରେ ପହଞ୍ଚି ଥିବା ହଜାର ହଜାର ଭକ୍ତଙ୍କୁ ଅନ୍ନ ଭୋଜନ କରେଇବା ସହ ପଣା ମଧ୍ୟ ଦେଇଥିଲେ ଏହି ପ୍ରସାଦ ସେବନ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତ ଡ୍ରାଇଭର ମହା ସଂଘର ସଭାପତି ଲୋକେଶ ସମରଥ, ବାଳକୃଷ୍ଣ ମାଝୀ, ଦୀନେଶ ସୋରୀ, ରବୀ ଗୋପାଳ, ତରୁଣ ସୋରୀ, ପରମେଶ୍ୱର ମାଝୀ, ଶୋବନ ମାଝୀ, ଆୟୋଜନ କରିଥିବାବେଳେ ଦଶରଥ ଧୂରୁଆ ପୂର୍ବତନ ସରପଞ୍ଚ, ଜଗଦିଶ ବାଘ, ଗୌର ସମରଥ, ଶୁକଚନ ନାୟକ, ଲଳିତ ପଟେଲ ହୃଷିକେଶ ନାୟକ, ଦେବାଶିଷ ପଟେଲ, ସୁରେନ୍ଦ୍ର ସମରଥ, ଦୁର୍ଗେଶ ସୋରୀ, ପଦୁନାଥ ନାୟକ ସହଯୋଗ କରିଥିଲେ |


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025