ରିପୋର୍ଟ: କୁନା ଦିଗାଲ
ଟିକାବାଲି :- କନ୍ଧମାଳ ଜିଲ୍ଲା ବ୍ଲକ ସିଙ୍ଗାପଳି ନିକଟସ୍ଥ ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ତରଫରୁ ମୋ ମାଟି ମୋ ଦେଶ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ ମହାନ୍ତି ନିଜର ବକ୍ତବ୍ୟ ରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭିତରେ ଦେଶ ପ୍ରେମ, ମାଟି ପ୍ରତି ମମତା, ସ୍ନେହ ଜାତୀୟତା ଭାବ ରହିବା ଉଚିତ,ବୋଲି ନିଜର ବକ୍ତବ୍ୟ ରେ ଅବଗତ କରିଥିଲେ l

ମୋ ମାଟି ମୋ ଦେଶ,କାର୍ଯ୍ୟକ୍ରମ କୁ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବିରୂପାକ୍ଷ ତ୍ରିପାଠୀ, ରତନ ଦିଗାଲ, ଜ୍ଞାନରଞ୍ଜନ ଭୋଇ, ଗିଦ୍ୟାନ ଦିଗାଲ, ବିକାଶ ମୁଖି, ମନୋଜଭୋଇ, ଅଧ୍ୟାପିକା ନିବେଦିତା ଭୋଇ, ଶିବାନୀ କଂହର, ରଶ୍ମିତା ପ୍ରଧାନ, ପ୍ରିୟଦର୍ଶିନୀ ପ୍ରଧାନ ଓ ମହାବିଦ୍ୟାଳୟ ର କର୍ମଚାରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ପ୍ରୋଗ୍ରାମ ଅଫିସର ଚମ୍ପା ସୋରେନ ପରିଚାଳନା କରିଥିଲେ l ମୋ ମାଟି ମୋ ଦେଶ,କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଦେଶ ପ୍ରେମ କୁ ନେଇ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରିଥିଲେ l ମହାବିଦ୍ୟାଳୟ ର ଛାତ୍ର ରୁଦ୍ରପ୍ରସାଦ ଜ୍ୟୋତି, ଅଞ୍ଜଳି,ସାଗର, ଦୀପକ, ଅନିମା ପରିଚାଳନାରେ ସହଯୋଗ କରିଥିଲେ l
More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ