ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ସରକାର ବୃଦ୍ଧ ବୃଦ୍ଧା ଙ୍କୁ ବାର୍ଦ୍ଧକ୍ୟ ଭତା ଯୋଜନା ରେ ପ୍ରତ୍ୟକ ମାସ ରେ ସହାୟତା ଯୋଗାଇ ଦେଉଛନ୍ତି l କିନ୍ତୁ ତୃଣ ମୂଳ ସ୍ତର ରେ ଏହି ଯୋଜନା ଟି କେତେକ ବୃଦ୍ଧ ବୃଦ୍ଧା ଙ୍କୁ ଠିକ ଭାବ ରେ ପହଁଚି ପାରୁନଥିବା ଯୋଗୁଁ ହିତାଧିକାରୀ ଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଛି l ସୂଚନା ଥାଉକି ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ କୃଷପାଳି ଗ୍ରାମର କୁନ୍ତଳା ସାହୁ ଜଣେ ଅସହାୟ ବିଧବା ମହିଳା ଆଜକୁ 7ମାସ ହେଲା ଭତା ପାଇବା ରୁ ବଞ୍ଚିତ ହୋଇଥିବା ଜଣାପଡିଛି l ତାଙ୍କ କହିବା ଅନୁସାରେ ପୂର୍ବରୁ ଠିକଠାକ ଭାବେ ଭତା ମିଳୁଥିଲା l ପରଵର୍ତ୍ତି ସମୟ ରେ ଆଙ୍ଗୁଠି ଛାପ ଆସୁନଥିବାରୁ ବ୍ୟାଙ୍କ କୁ ଆସିଥିବା 7ମାସର ଭତା ଆଜି ପର୍ଯ୍ୟନ୍ତ ପାଇ ପାରି ନାହିଁ ବୋଲି ବୃଦ୍ଧା ଜଣଙ୍କ କୋହଭରା କଣ୍ଠରେ ପ୍ରକାଶ କରିଥିଲେ l ଅନ୍ୟପଟେ ସାମ୍ପୋଚ ପଞ୍ଚାୟତ ରମ୍ଭିକଟା ଗ୍ରାମର ପଦ୍ମବତୀ ନାୟକ ଉକ୍ତ ବିଧବା ମହିଳା ଙ୍କ ମଧ୍ୟ ସମାନ ଅବସ୍ଥା ଭୋଗୀ ଆଜକୁ 7ମାସ ଭତା ପାଇବାରେ ବଞ୍ଚିତ ରହିଥିବାବେଳେ ପଞ୍ଚାୟତ ଠୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ଏପରିକି ଭତା ମିଳୁ ନଥିବାରୁ ଚଳିବାକୁ ବଡ଼ ଅସୁବିଧା ସମ୍ମୁଖୀନ ହେଉଥିବା କହନ୍ତି l ସେନେଇ ଦୁଇ ଅସହାୟ ବିଧବା ମହିଳାଙ୍କୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି l


More Stories
Forester of Bandhbahal, arrested by Odisha Vigilance for accepting Rs 5,000 bribe.
ଦିନ ଦିପହରେ ଜାତୀୟ ରାଜପଥରେ ରାହାଜାନୀ ଓ ମରଣତ୍ମକ ଆକ୍ରମଣ l
ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତା ରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ୪୦୦ ମିଟର ରାସ୍ତା କାର୍ଯ୍ୟ ନିମ୍ନ ମାନର l