ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ରାସ୍ତା ବର୍ଷାରେ ଭୁଶୁଡିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ଉପରେ ପ୍ରଶ୍ନବାଚୀ ।

ବେଗୁନିଆପଡା:-(ଆମ ଓଡିଶା ଖବର):ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର ୬ ମାସ ପୂରିନି କିନ୍ତୁ ରାସ୍ତା ବର୍ଷାରେ ଭୁଶୁଡି ଗଲାଣି। ଗତ ୧୦/୦୩/୨୦୨୪ ରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗିଲିଣ୍ଡା ଠାରୁ ଅଙ୍ଗାରଗାଁ ଦେଇ ତାଳସର, କୁମାରିପାରି, ଖିଡିଙ୍ଗି, ଭାବିନିପୁର ରାସ୍ତାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପରିତାପର ବିଷୟ ଅଙ୍ଗାରଗାଁ ଠାରୁ ଗିଲିଣ୍ଡା ପର୍ଯ୍ୟନ୍ତ ହୋଇଥିବା ରାସ୍ତାର ଏକ କଲଭର୍ଟ ପାଖରେ ଏହି ରାସ୍ତା ଭୁଶୁଡି ଯାଇଛି ଯାହାକି ରାସ୍ତା ନିର୍ମାଣର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣ ସରିବାର ଅଳ୍ପ ଦିନ ପରେ ଏହି ପ୍ରକାର ଅବସ୍ଥା ଦେଖି ଆଗକୁ ରାସ୍ତା ଅବସ୍ଥା କଣ ହେବ ସେ ଦିଗରେ ଲୋକ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତା କାର୍ଯ୍ୟ ପାଈଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଣ୍ଟ୍ରାକ୍ଟର ମାନଙ୍କ ମନ ମୁଖୀ ତଥା ଲାଭ ଖୋର ମନବୃତ୍ତି ଯୋଗୁଁ ରାସ୍ତାର ଭବିଷ୍ୟତ କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ଏହାକୁ ଵିଧିବଦ୍ଧ ଭାବେ ତଦନ୍ତ କରି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ନେବାକୁ ଏବେ ସାଧାରଣରେ ଦାବୀ ଜୋର ଧରିଛି |

ରିପୋର୍ଟ :ଦେବାଶିଷ ମହାରଣା

error: Content is protected !!