ଗଞ୍ଜାମ ଜିଲ୍ଲା (ଆମ ଓଡିଶା ଖବର) ବେଗୁନିଆପଡା ଚାଷ କାର୍ଯ୍ୟ ପାଇଁ ପାଣି ପଂଚାୟତ ଗଠନ କରି ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ହେଲେ ଏହାର କାର୍ଯ୍ୟକାରିତାରେ ଅନେକ ବ୍ୟତିକ୍ରମ ଯୋଗୁଁ ଏହାର ସୁଫଳ ଚାଷୀ ମାନଙ୍କ ନିକଟରେ ପହଂଚି ପାରୁନାହିଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମଠ ସରସିଂ ପଂଚାୟତର ବାଦର୍ଖପଲ୍ଲୀ ଗ୍ରାମରେ । ଏହି ଗ୍ରାମରେ ପାଣି ପଂଚାୟତ ଗଠନ କରାଯାଇଛି । ସରକାରଙ୍କ ପକ୍ଷରୁ ଏହି ପଂଚାୟତକୁ ଟ୍ରାକ୍ଟର, ଥେସର, ପାୱାର ଟୀଲର, ଧାନ କଟା ଓ ବୁଣା ମେସିନ ଆଦି କୃଷି ସାମଗ୍ରୀ ମିଳିଅଛି । କମ ଭଡାରେ ଏହି ଯନ୍ତ୍ରପାତି କୃଷକ ମାନଙ୍କୁ ବ୍ୟବହାର ପାଇଁ ଦିଆଯିବା କଥା । ହେଲେ ଏହି ପାଣି ପଂଚାୟତ ର ସଭାପତି ଓ ସମ୍ପାଦକ ଏହି ସାମଗ୍ରୀ ଲୋକଙ୍କୁ ନ ଦେଇ ନିଜେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏଣୁ ଉକ୍ତ ସଭାପତି ଓ ସମ୍ପାଦକଙ୍କୁ ବହିଷ୍କାର କରି ନୂତନ ସଭାପତି ଓ ସମ୍ପାଦକ ନିର୍ବାଚିତ କରିବା ପାଇଁ ଏକ ଦାବିପତ୍ର ଶୁକ୍ରବାର ଦିନ ବେଗୁନିଆପଡା ବିଡ଼ିଓ ଦାୟିତ୍ୱ ରେ କୋଦଳା ତହସିଲଦାର ସସ୍ମିତା ଶତପଥି ରହିଥିବାରୁ କୋଦଳା ତହସିଲ କାର୍ଯ୍ୟାଳୟ ପହଂଚି ବିଡ଼ିଓ ଙ୍କ ଉଧେଶ୍ୟ ରେ ଦାବୀପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l