ବୌଦ୍ଧ, ( .ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ପ୍ରେସକ୍ଳବ ର ଷଷ୍ଠ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅବସରରେ ରବିବାର ଦିନ ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ପରିସରରେ ପ୍ରେସ କ୍ଳବ ଆନୁକୂଲ୍ୟରେ ପଣ୍ଡlପାଲି ନେତ୍ର ଚିକିତ୍ସାଳୟ ଆୟୋଜନ ରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି!ଉକ୍ତ ଶିବିରରେ ଉପାନ୍ତ ଅଂଚଳ ର ପ୍ରାୟ 70ରୋଗୀ ଆସି ଚକ୍ଷୁ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ, ଚଷମା ଏବଂ 22 ଜଣ ରୋଗୀଙ୍କୁ ପଣ୍ଡlପାଲି ନେତ୍ର ଚିକିତ୍ସାଳୟକୁ ଆଜି ଏକ ସ୍ୱତନ୍ତ୍ର ଗାଡି ଯୋଗେ ଚକ୍ଷୁ ଅସ୍ତ୍ରପ୍ରଚାର ପାଇଁ ପଠାଯାଇଥିଲା!ପ୍ରେସ କ୍ଳବ ର ଏହି ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଜୁଲାଇ 26ତାରିଖ ରେ
ତାର ବାର୍ଷିକ ଉତ୍ସବ ପାଳନ କରିଥିବା ବେଳେ ଅଗଷ୍ଟ 4ତାରିଖ ରେ ରକ୍ତଦାନ ଶିବିର,11ତାରିଖ ରେ ସ୍ୱାବଲମ୍ବୀ ଭାରତ ସମ୍ପର୍କିତ କର୍ମଶାଳା, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏବଂ ରବିବାର ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ କରାଯାଇଛି!ଉକ୍ତ ଶିବିରରେ କ୍ଳବ ର ସମ୍ପାଦକ -ରଘୁନାଥ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ସମରେଶ ମିଶ୍ର, ନରେନ୍ଦ୍ର ସାହୁ, ସୁକାନ୍ତ ପଟ୍ଟନାୟକ,ଭାଗବତ ମେହେର,ବିଭୁଦତ୍ତ ବୋଷ, ବାସୁଦେବ ସାହୁ, ସୁଶାନ୍ତ କୁମାର ବେହେରା, କୁମୁଦ ଚନ୍ଦ୍ର ସାହୁ, ସଦାନନ୍ଦ ନାଏକ, ଶ୍ରୀନିବାସ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିବା ବେଳେ ପଣ୍ଡlପାଲି ନେତ୍ର ଚିକିତ୍ସାଳୟ ରୁ ଡା. ବିଜନ କୁମାର ନାଏକ, ମହେଶ ବେହେରା, ହରିବୋଲ ପ୍ରଧାନ, ପ୍ରତ୍ୟୁଷ ରଞ୍ଜନ ଦlଶ, ଢଳେଶ୍ଵର ପ୍ରଧାନ, ଶ୍ରୀଦ୍ଧlର୍ଥ ଦlଶ ଓ ସତ୍ୟରଞ୍ଜନ ପ୍ରଧାନ ରୋଗୀ ଙ୍କୁ ପରୀକ୍ଷା ନିରୀକ୍ଷl କରିଥିଲେ!ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ଛତ୍ରଙ୍ଗ ସରପଞ୍ଚ ବିନୋଦିନୀ ପ୍ରଧାନ ଓ ପୂର୍ବତନ ସରପଞ୍ଚ ତଥା ସମାଜ ସେବି ସୁଶୀଲ କୁମାର ପ୍ରଧାନ ସହଯୋଗ କରିଥିଲେ!ରିପୋର୍ଟ, ଚିତ୍ତରଞ୍ଜନ ସିଂହ, ବୌଦ୍ଧ
More Stories
ଗଞ୍ଜାମ ଜିଲା ବୈଦନାଥପୁର ଥାନା ଅନ୍ତର୍ଗତ ନକଲି ଡାକ୍ତରଙ୍କ କଳା କରନାମା।
ମାଓବାଦୀ ସଙ୍ଗଠନକୁ ବଡ଼ ଝଟ୍କା। ପେଟଗୁଡା ଜଙ୍ଗଲରୁ ଧରାହେଲା, ମାଓବାଦୀ ହିଡ୍ମା କୁଞ୍ଜମ୍।
ସ୍ତ୍ରୀ ର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ l