ଧଳପୁର ରେ ଡ୍ରେନଜ ବ୍ୟବସ୍ଥା କୁ ନେଇ ଜନ ଅସନ୍ତୋଷ l

(ବୌଦ୍ଧ) 14/8(ଚିତ୍ତ ରଞ୍ଜନ ସିଂ )

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ର ପୁରୁଣା ଇଣ୍ଡିଆନ ବ୍ୟାଙ୍କ ନିକଟରେ  ଥିବା କଲଭର୍ଟ ରେ ଡ୍ରେନଜ ସମସ୍ୟା କୁ ନେଇ ଦୀର୍ଘ ଦିନ ହେଲା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇ ଆସୁଥିବା ବେଳେ ନିଦିଷ୍ଟ ଜମି ମାଲିକ ନିଜସ୍ୱ ପଟା ଜମି କହି ପାଣି ସ୍ରୋତ ସ୍ଥାନକୁ ଜୋର ଜବରଦସ୍ତ ଅବରୋଧ କରିଥିବାରୁ ତାହାକୁ ନେଇ ବହୁ ସମୟ ରେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ଭିତରେ ଜନସନ୍ତୋଷ ବୃଦ୍ଧି ପାଇ ଆସୁଥିଲା l ଏପରିକି ଏଭଳି ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଧଲପୁର ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ  , । ଜିଲ୍ଲାପାଳ ମଧ୍ୟ ଏହାର ୩ଦିନ ମଧ୍ୟରେ ସମାଧାନ ପାଇଁ କ୍ଷୁଦ୍ରଜଳସେଚନ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶର 7ଦିନ ପରେ ମଧ୍ୟ କୌଣସି ସମାଧାନ ବାଟ ଫିଟି ପାରି ନଥିଲା l ସେନେଇ ସୋମବାର ଦିନ ଜିଲାପାଳ ଙ୍କ ଆଦେଶ କ୍ରମେ ହରଭଙ୍ଗା ତହସିଲଦାର ଶିବାନୀ ଦାସ, ଓ ପୋଲିସ ଙ୍କ ଉପସ୍ଥିତ ରେ କଲଭର୍ଟ ଅବରୋଧ ହୋଇଥିବା ସ୍ଥାନକୁ ଜେସିବି ଦ୍ୱାରା ଏକ ଅସ୍ଥାୟୀ କେନାଲ ଖୋଲି ଥିଲେ l ଫଳ ରେ ନିର୍ଦିଷ୍ଟ ବ୍ୟକ୍ତି ଜଣଙ୍କ ନିଜର ଜମିଉପରେ କେନାଲ କହିଁକି ଖୋଳା ଯାଉଛି କହି ପ୍ରତିବାଦ କରିବସିଥିଲେ l ଯାହାକି ଏଭଳି ସମସ୍ୟା କୁ ନେଇ ଘଟଣା ସ୍ଥଳ ରେ କିଛି ସମୟ ଉତ୍ତେଜନା ଦେଖା ଯାଇଥିଲା l ଏନେଇ ତହସିଲଦାର ଶିବାନୀ ଦାସ ଙ୍କୁ ଘଟଣା ସମ୍ପର୍କ ରେ ପଚାରିବାରୁ  ପୂର୍ବରୁ ସେଇ କଲଭର୍ଟ ଟି ଜଳ ସ୍ରୋତ ଥିଲା l ଯେହେତୁ ସେଇ ସ୍ଥାନକୁ ବଳ ପୂର୍ବକ ଅବରୋଧ କରିଥିବାରୁ  ବର୍ଷା ଦିନ ପାଣି ନିଷ୍କାସନ ହୋଇ ପାରୁନଥିବା ବେଳେ ଚାଷୀ ଚାଷ କ୍ଷେତ୍ର ରେ ପାଣିରୁ ବଞ୍ଚିତ ହେଉଥିବା ନେଇ  ଗ୍ରାମବାସୀ ଅଭିଯୋଗ କରିଥିଲେ l ସେନେଇ ଘଟଣା ସ୍ଥଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ଏବଂ ଜନସାଧାରଣ ଙ୍କ ସମସ୍ୟା କୁ ଦୃଷ୍ଟି ରେ ରଖି ତୁରନ୍ତଏକ ଅସ୍ଥାୟୀ କେନାଲ ଖୋଳାଯାଇଛି l ଏସମ୍ପର୍କ ରେ ଖୁଦ୍ରଜଳସେଚନ ବିଭାଗ କୁ ମଧ୍ୟ ନିର୍ଦେଶ ଦେଇ ଏକ କଂକ୍ରିଟ  କେନାଲ ଖୁବ ଶୀଘ୍ର ତିଆରି କରିବା ପାଇଁ ନିର୍ଦେଶ ଦିଆଯିବ ଏବଂ ଉକ୍ତ ସ୍ଥାନ ରେ ଯଦି କୌଣସି ବେଆଇନ ଭାବେ ଜବର ଦଖଲ ହୋଇଥାଏ ତାହାଲେ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l ଅନ୍ୟପଟେ ସରକାର ଙ୍କ ନିୟମ ଅନୁଯାୟୀ ଜଳ ସ୍ରୋତ ବା ନୟନ ଜୋରି କିସମ କୁ ଜଣେ କିଭଳି  ନିଜର ଘରବାରୀ ଜମି ଭାବରେ ରେକର୍ଡ ଭୁକ୍ତ କରାଗଲା ଏବଂ କିପରି ଭାବ ରେ କେଉଁ ଅଧିକାରୀ ଏହାକୁ ଅନୁମତି ଦେଲେ ତାହାର ପ୍ରକୃତ ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ନେତା ଇଂ ବିକାଶ ମହାକୁଳ ଓ ଗ୍ରାମବାସୀ ଦାବୀ କରିଛନ୍ତି l

error: Content is protected !!