ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ଆଜି ତା -6/9/23 ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଜଣେ ଶ୍ରମିକ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମୃତ୍ୟୁ ଖବର କୁ ନେଇ ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାଇ ବୌଦ୍ଧ ଜିଲ୍ଲା ବୌଦ୍ଧ ଥାନା କୁଡାପଡା ଗ୍ରାମର ବିଛନ୍ଦ ବାଘ (37) ଦାଦନ ପାଇଁ 7 ବର୍ଷ ହେଲା ତାମିଲନାଡୁ ର କୋଇମାତୁର ଜିଲ୍ଲା ଲକ୍ଷ୍ମୀ ଗାର୍ଡେନ ଅଞ୍ଚଳ ର ରିସୁଲ ଷ୍ଟିଲ ଇଣ୍ଡୋଷ୍ଟ୍ରି ନାମକ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ l ଗତ କିଛିଦିନ ହେଲା ଦେହ ଅସୁସ୍ଥ ଥିବାରୁ ଡାକ୍ତର ଖାନା କୁ ଯାଇ ଚିକିତ୍ସା ହୋଇ କମ୍ପାନୀ କୁ ଫେରିଥିଲେ l ଗତ ସୋମବାର ଦିନ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟ ରେ ହଟାତ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ପୁନଃ ତାଙ୍କୁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା l ସେଠାରେ ସେ ଗୁରୁତର ହେବାରୁ କୌମୁତୁର ବଡ଼ ମେଡିକାଲ କୁ ନେଇଥିବା ସମୟ ରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି l ବର୍ତମାନ ମୃତ ଶରୀର ପଡି ରହିଥିବା ବେଳେ ଶ୍ରମିକ ଙ୍କ ମୃତ୍ୟୁ ନେଇ କାର୍ଯ୍ୟରତଥିବା ସମସ୍ତ ଶ୍ରମିକ ମୃତ ଶ୍ରମିକଙ୍କ ପରିବାର ଙ୍କୁ କ୍ଷତି ପୂରଣ ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ l ଅନ୍ୟପଟେ ମୃତ ବିଛନ୍ଦ ବାଘ ଘର ଗୋଟିଏ ପୁଅ ହୋଇଥିବା ବେଳେ ପୁରା ପରିବାର ବୃଦ୍ଧ ବାପା ମା, ସ୍ତ୍ରୀ ଏବଂ ଛୋଟ ଦୁଇଟି ପୁଅଝିଅ ସମସ୍ତେ ତାଙ୍କ ଉପରେ ନିର୍ଭର କରୁଥିଲେ l ପୁଅ ର ଏଭଳି ଖବର ଶୁଣିବା ପରେ ପୁରା ପରିବାର ଭାଙ୍ଗି ପଡ଼ିଥିବା ବେଳେ ମୃତ ଶରୀର କୁ ଘରକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି l


More Stories
ବିପର୍ଯ୍ୟସ୍ତ ପଟ୍ଟାମୁଣ୍ଡାଇ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଆଉ ଏକ ବିକଳ ଚିତ୍ର l
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ l