ବୌଦ୍ଧ(ଚିତ୍ତ ରଞ୍ଜନ ସିଂ)
ଆଜି ତା -6/9/23 ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକର ବିଭିନ୍ନ ସ୍ଥାନ ରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମ ବା ଜନ୍ମଷ୍ଠମି ବ୍ରତ ପାଳନ ହୋଇଯାଇଛି l ଅନ୍ୟପଟେ ବ୍ଲକର ତିଳେଶ୍ୱର, ଧଳପୁର, ଛତ୍ରଙ୍ଗଭଳି ବିଭିନ୍ନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷାନୁଷ୍ଠାନ ଗୁଡିକ ରେ ମଧ୍ୟ କୁନି କୁନି ଛାତ୍ରଛାତ୍ରୀ ଙ୍କୁ ବଳରାମ, କୃଷ୍ଣ, ରାଧା, ସୁଦାମା, ଗୋପାଳ ଭଳି ବେଶ ରେ ସୁସଜ୍ଜିତ କରି ଶୋଭାଯାତ୍ରା କରାଯାଇ ପାଳନ କରାଯାଇଥିବା ବେଳେ ପୁରୁଣା କଟକ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣାକଟକ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହସମାରୋହ ରେ ପାଳିତ ହୋଇଯାଇଛି ।ଶିଶୁ ମାନେ ଶ୍ରୀକୃଷ୍ଣ ଲୀଳା ର ବିଭିନ୍ନ ଚରିତ୍ର ରେ ରଙ୍ଗା ରଙ୍ଗ ବେଶରେ ସଜ୍ଜିତ ହୋଇ ଆସିଥିଲେ I ସେମାନଙ୍କୁ ନେଇ କୃଷ୍ଣ ମେଳା ଅନୁଷ୍ଠିତ ହୋଇଥିଲା I ବିଦ୍ୟାଳୟ ତରଫରୁ କୃଷ୍ଣ ବେଶ
ଧାରୀ ଶିଶୁ ଙ୍କୁ ଉପହାର ପ୍ରଦାନ କରାଯାଇଥିଲା I ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକଦମ୍ ମହାରଣା ଙ୍କ ସଂଯୋଜନା ରେ କାର୍ଯକ୍ରମ ଆଗେଇଚାଲିଥିଲା I ଶ୍ରୀକୃଷ୍ଣ ଙ୍କ ଜନ୍ମ ଚରିତ ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ ଅତି ପ୍ରାଞ୍ଜଳ ଭାବରେ ଶିଶୁ ଙ୍କୁ ବୁଝାଇ ଥିଲେ I ମୁଖ୍ୟ ଅତିଥି ଭାବେ ବିଭାଗ ନୀରିକ୍ଷକ ଶ୍ରୀଯୁକ୍ତ ଗୁପ୍ତେଶ୍ୱର ଥାନପତି ଶିଶୁ ଙ୍କୁ ଜନ୍ମାଷ୍ଟମୀ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ I ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୀମା ସହଯୋଗ କରି କାର୍ଯକ୍ରମ କୁ ସଫଳ କରିଥିଲେ l ସେହିପରି ବ୍ଲକର ଜିରାଡ଼, କୃଷ୍ଣପାଲି, ଭବାନୀପୁର, କୁଟୁନିଆଁ ପଡା,ବିରାମପୁର, ଧଳପୁର, ପୁରୁଣା କଟକ, ତିଳେଶ୍ୱର, ହରେକୃଷ୍ଣପୁର, ମହିବାହାଲ ଆଦି ଗ୍ରାମରେ ଧୁମ ଧାମ ରେ ଉକ୍ତ ଜନ୍ମଷ୍ଠାମି ବ୍ରତ ପାଳନ ହୋଇଥିବା ଜଣାପଡିଛି l


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025