ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :-(ଆମ ଓଡିଶା ଖବର )ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାଲାଗି ସରକାର କେତେ କଣ ଯୋଜନା ଆଣିଛନ୍ତି ।ଅଥଚ ବ୍ଲକରେ ପ୍ରାକ ଶିକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି।ସାମାନ୍ୟ ଭିତ୍ତିଭୂମି ନାହିଁ।କେଉଁଠି ଭଡା ଘରେ ତ ଆଉ କେଉଁଠି ଗଛ ତଳେ ଚାଲିଛି କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢ଼ା।ଏଭଳି ପରିବେଶରେ ପ୍ରାକ ଶିକ୍ଷା ର ମୂଳଦୁଆ ପଡୁଛି।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ପାଟଖଲିଆ ପଞ୍ଚାୟତ ଅନ୍ତର୍ଗତ ଭେଲୁଆକୋଟ ଗାଁ ରେ।ସୂଚନା ଅନୁସାରେ କେନ୍ଦ୍ରରେ ୩୨ ଟି ପ୍ରିସ୍କୁଲ ପିଲା ଓ ୩୩ଟି ଛତୁଆ ପିଲା ଅଛନ୍ତି।
ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ ଦିନଠୁ ଘର ନଥିବାରୁ ଗାଁ ମୁଣ୍ଡ ର ଏକ ତେନ୍ତୁଳି ଗଛ ତଳେ ପ୍ରାକ ଶିକ୍ଷାଦାନ ଚାଲିଛି।ଖରା ଓ ଶିତ ଦିନେ ଯେମିତି ସେମିତି ଗଛମୂଳେ ଚଳିଯାଏ।ବର୍ଷା ହେଲେ ଶିକ୍ଷାଦାନ ବନ୍ଦ ହୋଇଯାଏ।କେବେ କେମିତି ଅଙ୍ଗନୱାଡି ସହାୟିକା ଘରେ ଜାଗାଦେଲେ ଘଣ୍ଟାଏ ପିଲା ବସନ୍ତି।ଅଙ୍ଗନୱାଡି କେନ୍ଦ୍ର ନଥିବାରୁ ସହାୟିକା ଙ୍କ ଘରେ ପିଲାଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦେଇଥାନ୍ତି।କେନ୍ଦ୍ର ନଥିବାରୁ ପିଲାଙ୍କ ଖେଳନା, ପାଠ୍ୟ ପୁସ୍ତକ ସାମଗ୍ରି,ପିଲାଙ୍କପାଇଁ ଆସୁଥିବା ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଅଙ୍ଗନୱାଡି କର୍ମୀ ଙ୍କ ଘରେ ପଡିଛି।ମହିଳା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଟୀକା ଏହି ଗଛ ମୂଳେ ଦିଆଯାଉଛି।ଅନ୍ୟପକ୍ଷରେ ୬ବର୍ଷ ତଳେ ଗୃହ ନିର୍ମାଣ ପାଇଁ ମନରେଗା ଯୋଜନାରେ ୪ଲକ୍ଷ୫୦ହଜାର ଟଙ୍କା ବ୍ୟୟ ରେ ବ୍ଲକ ପ୍ରଶାସନ ତରଫରୁ ତ୍ରିନାଥ ଦାସ ନାମକ ଠିକାଦାର ଙ୍କୁ ହସ୍ତାନ୍ତର କରାଯାଇଥିଲା।ଠିକାଦାର ଜଣକ ଅର୍ଦ୍ଧନିର୍ମିତ ଅବସ୍ଥାରେ ଛାଡ଼ିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୃହ ନିର୍ମାଣ ପାଇଁ ଠିକାଦାର କୁ ଗୁହାରି କରିବା ସହ ବିଡ଼ିଓ ସ୍ଥାନୀୟ ବିଧାୟକ ଙ୍କୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସ୍ୱତେ କେହି କର୍ଣ୍ଣପାତ କରୁନଥିବା ଅଙ୍ଗନବାଡି କର୍ମୀ ମଦନା ମାଝି କହିଛନ୍ତି।ଏବାବଦରେ ସଂପୃକ୍ତ ଠିକାଦାର ଟଙ୍କା ଯେତିକି ଥିଲା ସେତିକିର କାମ କରାଯାଇଛି ପରବର୍ତ୍ତି କାମ ଶୀଘ୍ର କରିବି ବୋଲି କହିଛନ୍ତି।ଏବାବଦରେ ବିଡ଼ିଓ ଧର୍ମରାଜ ମାଝିଙ୍କୁ ଯୋଗାଯୋଗ ନହେବାରୁ ପ୍ରତିକ୍ରିୟା ମିଳିପାରିନାହିଁ।ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମର ସକାରି ସାନ୍ତା, ରୁପା ସାନ୍ତା, କୁମ ସାନ୍ତା, ମିଶ୍ର ସାନ୍ତା, ଘାସିରାମ ସାନ୍ତା, ତ୍ରିନାଥ ସାନ୍ତା,ଅମିନ ସାନ୍ତା,ନକୁଳ ସାନ୍ତା, ଶିବସାନ୍ତା,ସୁବାଷ ସାନ୍ତା, ସୁମିତ୍ରା ସାନ୍ତା, ବାସନ୍ତି ସାନ୍ତା, ବୈଜନ୍ତି ସାନ୍ତା, ଗୌରୀ ସାନ୍ତା ନିଲବତୀ ସାନ୍ତା, ପଦ୍ମିନୀ ସାନ୍ତା ପ୍ରମୁଖ ଦାବି କରିଛନ୍ତି।
More Stories
ବ୍ଲକ ରେ ପାଳିତ ହେଲା ସ୍ୱଚ୍ଛତା ହିଁ ସେବା ଦିବସ l
ବେଗୁନିଆପଡ଼ା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ l
ବେଗୁନିଆପଡା ଵି ଡି ଓ ଙ୍କୁ ଗାଁ ସାଥି ସଂଘର ଦାବିପତ୍ର ପ୍ରଦାନ l