ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 5/8( ) ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ମହାଳିକ ପଡା ପଞ୍ଚାୟତ ଯାବର ଗ୍ରାମ ରେ ଗୁଣି ଗାରେଡି କୁ ସନ୍ଦେହ କରି ମାଡ଼ ପିଟ ହୋଇ ଜଣେ ଗୁରୁତର ଥିବା ବେଳେ ଏସମ୍ପର୍କ ରେ ହରଭଙ୍ଗା ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି l ସୂଚନା ମତେ ଯାବର ଗ୍ରାମର ସାଗର ମାଝୀ (50) ନାମକ ବ୍ୟକ୍ତି ଜଣଙ୍କ ପୋଖରୀ ରେ ଗାଧୋଇ ସାରି ପୂଜା କରୁଥିବା ସମୟ ରେ ସେହି ଗ୍ରାମର ପବିତ୍ର ମାଝୀ ଗୁଣି ଗାରେଡି ସନ୍ଦେହ କରି ସାଗର ମାଝୀଙ୍କୁ ଏକ ମେଣ୍ଟାଲ ପଥର ଦ୍ୱାରା ମୁଣ୍ଡ କୁ ମାରିଥିଲା l ଏଥିରେ ସାଗର ଗୁରୁତର ହୋଇଥିବା ବେଳେ ତାଙ୍କୁ ହରଭଙ୍ଗା ମେଡିକାଲ କୁ ଚିକିତ୍ସା ପାଇଁ ଅନଆଯାଇଥିଲା l ଅନ୍ୟପଟେ ଉକ୍ତ ଘଟଣା କୁ ନେଇ ହରଭଙ୍ଗା ଥାନା ରେ ଏକ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ଜଣାପଡିଛି l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.