(ବିୟୁରୋ ରିପୋର୍ଟ )
ଟାଙ୍ଗୀ ପୋଲିସ 3 ଡକାୟତ ଙ୍କୁ ବାନ୍ଧିଛି , ଗୋଟିଏ ମୋଟର ସାଇକେଲ ସହ ମାରଣାସ୍ତ୍ର ଜବତ କରିବା ସହିତ ଚୋରି ବାଇକ୍ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ସ୍ପଷ୍ଟ ଦିବାଲୋକରେ ଗାଁ ରାସ୍ତାରେ 3 ଜଣ ଡକାୟତ ମାରଣାସ୍ତ୍ର ରେ ଆକ୍ରମଣ କରି ଏସ୍.କେ ହୁସେନ୍ ଙ୍କ ଠାରୁ ଜୋର ଜବରଦସ୍ତ ବାଇକ୍ ନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମର ଏସ୍.କେ ହୁସେନ୍ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 3 ଜଣ ଡକାୟତ ଙ୍କୁ ଗିରଫ କରିବା ସହିତ ଚୋରି ବାଇକ୍ ଉଦ୍ଧାର କରିଛି । ଡକାୟତଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ । ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା କେନ୍ଦୁପଲୀ ଗ୍ରାମର ଏସ୍.କେ.ଆଲାମ , ବେଗୁନିଆ ଥାନା ବାରବାଟୀ ଗ୍ରାମର ଜଗନ୍ନାଥ ରଣସିଂହ ଓ ରବିନାରାୟଣ ବେହେରା । ଡକାୟତି ବେଳେ ଡକାୟତମାନେ ବ୍ୟବହାର କରିଥିବା ଏକ ମୋଟର ସାଇକେଲ କୁ ପୋଲିସ ଜବତ କରିଛି । ଗିରଫ ଡକାୟତମାନେ ଏକ ବାଇକ୍ ଯୋଗେ ଆସି ଦୀକ୍ଷିତପଡା ଗ୍ରାମର ଏସ୍.କେ ହୁସେନ୍ ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ବାଇକ୍ ନେଇ ଚମ୍ପଟ ମାରିଥିଲେ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.