(ବିୟୁରୋ ରିପୋର୍ଟ )
ଟାଙ୍ଗୀ ପୋଲିସ 3 ଡକାୟତ ଙ୍କୁ ବାନ୍ଧିଛି , ଗୋଟିଏ ମୋଟର ସାଇକେଲ ସହ ମାରଣାସ୍ତ୍ର ଜବତ କରିବା ସହିତ ଚୋରି ବାଇକ୍ ଉଦ୍ଧାର କରିଛି ଟାଙ୍ଗୀ ପୋଲିସ । ସ୍ପଷ୍ଟ ଦିବାଲୋକରେ ଗାଁ ରାସ୍ତାରେ 3 ଜଣ ଡକାୟତ ମାରଣାସ୍ତ୍ର ରେ ଆକ୍ରମଣ କରି ଏସ୍.କେ ହୁସେନ୍ ଙ୍କ ଠାରୁ ଜୋର ଜବରଦସ୍ତ ବାଇକ୍ ନେଇ ଚମ୍ପଟ ମାରିଥିଲେ । ଏ ସମ୍ପର୍କରେ ଟାଙ୍ଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମର ଏସ୍.କେ ହୁସେନ୍ ଟାଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ଟାଙ୍ଗୀ ଥାନା ନିରୀକ୍ଷକ ସୁଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 3 ଜଣ ଡକାୟତ ଙ୍କୁ ଗିରଫ କରିବା ସହିତ ଚୋରି ବାଇକ୍ ଉଦ୍ଧାର କରିଛି । ଡକାୟତଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି ଟାଙ୍ଗୀ ପୋଲିସ । ଗିରଫ ଡକାୟତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା କେନ୍ଦୁପଲୀ ଗ୍ରାମର ଏସ୍.କେ.ଆଲାମ , ବେଗୁନିଆ ଥାନା ବାରବାଟୀ ଗ୍ରାମର ଜଗନ୍ନାଥ ରଣସିଂହ ଓ ରବିନାରାୟଣ ବେହେରା । ଡକାୟତି ବେଳେ ଡକାୟତମାନେ ବ୍ୟବହାର କରିଥିବା ଏକ ମୋଟର ସାଇକେଲ କୁ ପୋଲିସ ଜବତ କରିଛି । ଗିରଫ ଡକାୟତମାନେ ଏକ ବାଇକ୍ ଯୋଗେ ଆସି ଦୀକ୍ଷିତପଡା ଗ୍ରାମର ଏସ୍.କେ ହୁସେନ୍ ଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ଠାରୁ ବାଇକ୍ ନେଇ ଚମ୍ପଟ ମାରିଥିଲେ ବୋଲି ଟାଙ୍ଗୀ ଥାନା ନିରୀକ୍ଷକ ସୂଚନା ଦେଇଛନ୍ତି ।
More Stories
ଆସିକା ଅଞ୍ଚଳ ରେ ଥିବା ବେଆଇନ ପୋଡ଼ା ଇଟା ଭାଟି ରୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରୁଛି କିଏ ……?
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।