ତା.୨୭.୬.୨୩ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁରର ପୂର୍ବତନ ସହକାରୀ ଉପ- ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଭିନ୍ନ ଦୁର୍ନୀତିରେ ଅଭିଯୋଗରେ ଜଡିତ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସବୁବେଳେ ଏ କ୍ଷେତ୍ରରେ କଡା ପଦକ୍ଷେପ ନେଇଆସିଛନ୍ତି।
ସୂଚନାଯୋଗ୍ୟ ଯେ ଶ୍ରୀ ରାଉତଙ୍କ ନାଁରେ ୪ଟି ଦୁର୍ନୀତି ଅଭିଯୋଗ ସହିତ ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି । ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୧୮୮ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଅଧିକାରୀ ମାନଙ୍କୁ କାର୍ଯ୍ୟରୁ ବହିଷ୍କାର, ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ସେମାନଙ୍କ ପେନ୍ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.