ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା କ.ନୂଆଗାଁ ମହାସିଙ୍ଗ ଏକଲବ୍ୟ ବିଦ୍ୟାଳୟ ନିକଟରୁ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ପାଞ୍ଚ ଦିନର ଯାଆଁଳା ଶିଶୁ କନ୍ୟା ଙ୍କୁ ଉଦ୍ଧାର କରିଛି କ.ନୂଆଗାଁ ସମନ୍ବୟ ଶିଶୁ ବିକାଶ ବିଭାଗ । କେହି ଦ୍ରୃବୁତ ରାସ୍ତା କଡ଼ରେ ଛାଡ଼ି ଦେଇ ପଳେଇଥିବା ଜଣାପଡ଼ିଛି ।ଦୁଇ ଶିଶୁ କନ୍ୟା କାନ୍ଦୁ ଥିବା ଦେଖି ଏକ ଅଟୋ ଡ୍ରାଇଭର ଚାଇଲ୍ଡ ଲାଇନ କୁ ଫୋନ ମାଧ୍ୟମରେ ଯୋଗାଯୋଗ କରୁଥିଲେ। ଚାଇଲ୍ଡ ଲାଇନ ସଙ୍ଗେ ସଙ୍ଗେ କ.ନୂଆଗାଁ ସି.ଡି.ପି.ଓ ଙ୍କୁ ଜଣେଇବା ପରେ ସି.ଡି.ପି.ଓ ଓ ସୁପରଭାଇଜର ପହଞ୍ଚି ଶିଶୁକନ୍ୟା ଦୁଇ ଜଣଙ୍କୁ ଉଦ୍ଧାର କରି କ.ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଆଣିବା ପରେ ଡାକ୍ତର ଚିକିତ୍ସା କରିଥିଲେ। ଗୋଟିଏ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଆଉ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଡାକ୍ତର କହିଛନ୍ତି।


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |