ଧର୍ମଗଡ :ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମ ରେ ଅଭାବନୀୟ ଘଟଣା । ଗାଁ ନିକଟ ଏକ ନାଳ ପାଖରୁ ଦୁଇ ନାବାଳକ ନାବାଳିକା ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ଧର୍ମଗଡ଼ ପୋଲିସ । ସୂଚନା ମତେ ଉଭୟ ନାବାଳକ ଓ ନାବାଳିକା ଗତ ୩୦.୬.୨୩ ଶୁକ୍ରବାର ଦିନ ଠାରୁ ନିଖୋଜ ଥିଲେ l ପରିବାର ଲୋକେ ବହୁତ୍ ଖୋଜାଖୁଜି କରିବା ପରେ ହେ ଉଭୟ ଙ୍କୁ ପାଇନଥିଲେ l ତେବେ ଆଜି କିଛି ଛେଳି ଚରାଳି ବାଞ୍ଜିପଦର୍ ଓ ସାବୁନ ଭାଡ଼ି ଗାଁ ମଝିରେ ଥିବା ଏକ ପୋଲ ନିକଟରୁ ଦୁଇ ଜଣଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ଓ ସାଇଣ୍ଟି ଫିକ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ତେବେ ନିଖୋଜ ନାବାଳକ ଓ ନାବାଳିକା ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଚାନ୍ଚଲ୍ୟ ଖେଳି ଯାଇଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା କିମ୍ବା ହତ୍ୟା ହୋଇ ପାରେ ବୋଲି ସନ୍ଦେହ କରାଯାଉଛି l
ଧର୍ମଗଡ ଥାନା ବାଞ୍ଜୀପଦର୍ ଗାଁ ରେ ଚାଞ୍ଚଲ୍ୟ । ଗାଁ ନିକଟରୁ ଦୁଇ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର l

More Stories
ଚନ୍ଦ୍ରଗିରି ବେଙ୍ଗଲୀ ମହିଳା ଙ୍କ ଆତ୍ମହତ୍ୟା ର ସୁରାଖ ନାହିଁ ! କାଶୀପୁର ପୋଲିସ ର ତଦନ୍ତ ଜାରି। ପ୍ରାୟଜିତ ନା ଷଡଯନ୍ତ୍ର ?
ବୋଲଗଡ଼ ଥାନା ପକ୍ଷରୁ ୧୪ବାଇକି ଜବତ ସହ ୨ଜଣ ଗିରଫ ।
ରାଇବନ୍ଧ ଗ୍ରାମ ପୋଖରୀ ପାଖରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।