ଧର୍ମଗଡ :ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମ ରେ ଅଭାବନୀୟ ଘଟଣା । ଗାଁ ନିକଟ ଏକ ନାଳ ପାଖରୁ ଦୁଇ ନାବାଳକ ନାବାଳିକା ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ଧର୍ମଗଡ଼ ପୋଲିସ । ସୂଚନା ମତେ ଉଭୟ ନାବାଳକ ଓ ନାବାଳିକା ଗତ ୩୦.୬.୨୩ ଶୁକ୍ରବାର ଦିନ ଠାରୁ ନିଖୋଜ ଥିଲେ l ପରିବାର ଲୋକେ ବହୁତ୍ ଖୋଜାଖୁଜି କରିବା ପରେ ହେ ଉଭୟ ଙ୍କୁ ପାଇନଥିଲେ l ତେବେ ଆଜି କିଛି ଛେଳି ଚରାଳି ବାଞ୍ଜିପଦର୍ ଓ ସାବୁନ ଭାଡ଼ି ଗାଁ ମଝିରେ ଥିବା ଏକ ପୋଲ ନିକଟରୁ ଦୁଇ ଜଣଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୋଲିସ ଓ ସାଇଣ୍ଟି ଫିକ ଟିମ୍ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ତେବେ ନିଖୋଜ ନାବାଳକ ଓ ନାବାଳିକା ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଚାନ୍ଚଲ୍ୟ ଖେଳି ଯାଇଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା କିମ୍ବା ହତ୍ୟା ହୋଇ ପାରେ ବୋଲି ସନ୍ଦେହ କରାଯାଉଛି l
ଧର୍ମଗଡ ଥାନା ବାଞ୍ଜୀପଦର୍ ଗାଁ ରେ ଚାଞ୍ଚଲ୍ୟ । ଗାଁ ନିକଟରୁ ଦୁଇ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର l


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.