ରିପୋର୍ଟ :ଦେବାଶିଷ
ବେଗୁନିଆପଡା,(ଆମ ଓଡିଶା ଖବର):ବେଗୁନିଆପଡା ଥାନାରେ ନୂତନ ଆଇଆଇସି ଭାବେ ଶ୍ରୀ ସମୀର କୁମାର ରାଉତ ଯୋଗ ଦେଇଛନ୍ତି | ପୂର୍ବରୁ ଏହି ଥାନାର ଆଇଆଇସି ଅଶୋକ କୁମାର ହାଂସଦଙ୍କ ଛତ୍ରପୁର ମୁଖ୍ୟାଳୟକୁ ବଦଳି ହୋଇଛି | ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ରାଉତଙ୍କୁ ଥାନା ପରିସରରେ ଭବ୍ୟ ସ୍ୱାଗତ ଜଣା ଯାଇଥିବା ବେଳେ ଆଗକୁ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ବିହିତ ପଦକ୍ଷେପ ନେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଶେଷ ଦୃଷ୍ଟି ଦେବେ ବୋଲି କହିଛନ୍ତି | ଶ୍ରୀ ରାଉତ ପୂର୍ବରୁ ପୁରୁଷୋତ୍ତମପୁର ଥାନାରେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଛନ୍ତି |


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l