ରିପୋର୍ଟ:ଦେବାଶିଷ
ବେଗୁନିଆପଡା, (ଆମ ଓଡିଶା ଖବର): ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଅଙ୍ଗାରଗାଁ ଠାରେ ଆୟୋଜିତ ମା ଦୁର୍ଗାଙ୍କ ବାର ବର୍ଷ ପୂର୍ତ୍ତି ପୂଜା ଉପଲକ୍ଷେ ଏକ ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଅଙ୍ଗାରଗାଁ ସରପଞ୍ଚ ପ୍ରତିନିଧି ପୁର୍ଣ ଚନ୍ଦ୍ର ସେଠି ଉପସ୍ଥିତ ରହି ଦର୍ଶକ ତଥା ପୂଜା କମିଟି ଅଶେଷ ଧନ୍ୟବାଦ ଜଣାଇଥିଲେ | ଏହା ସହ ସମସ୍ତେ ଏକ ହୋଇ ଅଙ୍ଗାରଗାଁ ପଞ୍ଚାୟତର ଉନ୍ନତି ରେ ଭାଗିଦାର ହେବାକୁ ଆହ୍ୱାନ ଦେଇଥିଲେ | ଦୀର୍ଘ ବାର ବର୍ଷ ଧରି ନୀରବିଛିନ୍ନ ଭାବେ ଚାଲି ଆସିଥିବା ମା ଦୁର୍ଗାଙ୍କ ପୂଜା ଏଠାରେ ଉଦଯାପନ ହେଉଥିବାରୁ ସ୍ଥାନୀୟ ବଜାର କମିଟି କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ଶ୍ରୀ ସେଠି | ଏହି କାର୍ଯ୍ୟକ୍ରମରେ ଅଶୋକ ପ୍ରଧାନ, ବୁଡୁ ସାହୁ, ସନିଆ ମହାରଣା, ମନୋଜ ସାହୁ, ମୁନା ସାହୁ, ରାମ ଜେନା, ରାଜେଶ, ଜୟ ସାହୁ ପ୍ରମୁଖ ସହଯୋଗ କରିଥିଲେ |


More Stories
ପଦାରେ ପଡିଲା ତରବରିଆ ମେଡିକାଲ ରୁ ଡିଶ୍ଚାର୍ଜ !
ତୃତୀୟ ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ଯ ମହୋତ୍ସବ ଉଦଯାପିତ , ସ୍ଵାସ୍ଥ୍ୟ ପରୀକ୍ଷା ସହ କଣ୍ଠଶିଳ୍ପୀ ଅନ୍ତରା ଙ୍କ ସଂଗୀତ ର ମଜା ନେଲେ ଦର୍ଶକ।
ପୋଷ୍ଟ ଅଫିସ ଛକ “ମୋ ଜଟଣୀ “ପାର୍କରେ ଏକ ମଡେଲ ଶୌଚାଳୟ ନିର୍ମାଣ ପାଇଁ ଶୁଭ ଉଦ୍ଘାଟନ।