ବେଗୁନିଆପଡା, (ଦେବାଶିଷ ମହାରଣା)
ବେଗୁନିଆପଡା ବ୍ଲକ ନିକଟସ୍ଥ ବାପୁଜୀ ଷ୍ଟାଡିୟମ ଠାରେ ଶନିବାର ଦିନ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ର ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଇଓ ରୁଦ୍ର ନାରାୟଣ ସାହୁ, ଏ ବି ଇ ଓ ସୋମନାଥ ସେଠି, ଖଲିକୋଟ ଏ ବି ଇ ଓ ରବି ନାରାୟଣ ସେଠି, ବେଗୁନିଆପଡା ବ୍ଲକ କ୍ରୀଡା ଶିକ୍ଷକ ସଙ୍ଘ ସଭାପତି ଭଗବାନ ପଣ୍ଡା, ସମ୍ପାଦକ ସୁରେନ୍ଦ୍ର ନାଥ ପ୍ରଧାନ ଓ ଖଲ୍ଲିକୋଟ ବ୍ଲକ କ୍ରୀଡା ଶିକ୍ଷକ ସଙ୍ଘ ସମ୍ପାଦକ ପ୍ରଦୀପ କୁମାର ପାତ୍ର ଯୋଗଦେଇ କ୍ରୀଡା ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । କ୍ରୀଡା ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ଶାରୀରିକ ଓ ବୌଦ୍ଧିକ ବିକାଶ ହୋଇ ପାରିବା ସହ ଏକ ବନ୍ଧୁତ୍ୱ ପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି ହୋଇପାରୁଛି । ଏହାପରେ କୃତୀ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭଗନେବା ପାଇଁ ଚୟନ କରାଯାଇଥିଲା । ବିଭିନ୍ନ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ମାନେ ପାରିଚାଳନା କରିଥିଲେ ।


More Stories
ବ୍ଲକ ସ୍ତରୀୟ ୪୦ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ l
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ l
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l