ରିପୋର୍ଟ :ଦେବାଶିଷ ମହାରଣା
କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମର ଏକ ଚୋରୀ ଘଟଣା ର ପର୍ଦାଫାଶ କରି ଚାରି ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି କୋଦଳା ପୋଲିସ | ଘଟଣା କ୍ରମେ ଗତ 18/07/23 ରାତିରେ କୋଦଳା ଥାନା ଅନ୍ତର୍ଗତ କାଲିମେଘି ଗ୍ରାମର ସଂଗୀତା ସ୍ୱାଇଁ ଙ୍କ ଘରେ ପଶି ଦୁର୍ବୁର୍ତ୍ତ ମାନେ କାଠ ଆଲମିରା ଭାଙ୍ଗିବା ସହିତ ସୁନା, ରୁପା ଓ ନଗଦ ଟଙ୍କା ଚୋରୀ କରି ନେଇଥିବାର ଅଭିଯୋଗ ହୋଇଥିଲା | ଗଞ୍ଜାମ ଏସପି ଙ୍କ ନିର୍ଧେଶ କ୍ରମେ ପୁରୁଷୋତ୍ତମପୁର ଏସଡିପିଓ ଙ୍କ ତତ୍ୱାବଧାନ ରେ କୋଦଳା ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା | ଚଢ଼ାଉ ସମୟରେ ଚାରି ସନ୍ଦୀଗ୍ଧ ଯୁବକ ଙ୍କୁ ଧରି ପଚରା ଉଚୁରା କରିବା ପରେ ଚୋରୀ ଘଟଣା କୁ ମାନି ନେଇଥିଲେ ଚାରି ଅଭିଯୁକ୍ତ | ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଚାରି ଅଭିଯୁକ୍ତ ଙ୍କ ସମ୍ପର୍କରେ ଖୋଳତାଡ଼ କରିଥିଲା ପୋଲିସ | ତତ ସହିତ ପୁସ୍ତପୁର ଲୁହା ଦୋକାନ, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ ଖରିଡା ମେଡିକାଲରୁ କମ୍ପୁଟର, ପ୍ରିଣ୍ଟର ଚୋରୀ,ପ୍ରାଣଦେଇପୁର ଗ୍ରାମର ଗୋଟିଏ ଘରୁ ଚୋରୀ କରିଥିବା ମଧ୍ୟ ସ୍ୱୀକାର କରିଥିଲେ | ଗିରଫ ପରେ ସେମାନଙ୍କ ନିକଟରୁ ସୁନା, ରୁପା, ଅଳଙ୍କାର ସମେତ ପଚାଶ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ | କୋଦଳା ଥାନା କେଶ ନମ୍ବର 339/23 ରେ ଏକ ମାମଲା ରୁଜୁ କରି 457/380 ଆଇପିସି ଅନୁଯାୟୀ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ସେମାନଙ୍କୁ ପୁଣି ଥରେ ରିମାଣ୍ଡ ରେ ଅଣାଯିବ ବୋଲି ସୂଚନା ମିଳିଛି | ଗିରଫ ଅଭିଯୁକ୍ତ ମାନେ ହେଲେ କୋଦଳା ଥାନା ଅନ୍ତର୍ଗତ ମାରୁଡିପଲ୍ଲୀ ଗ୍ରାମର ଜଗା ପାତ୍ର (42), ଜାପାନ ପାତ୍ର (20), ରାଜୁ ପାତ୍ର (45), ଏଵଂ ଅନ୍ୟ ଜଣେ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ଟୁକୁନା ନାୟକ (35) | ଏମାନଙ୍କ ମଧ୍ୟରୁ ଜାପାନ ପାତ୍ର ନାମରେ ପୂର୍ବରୁ ହିଞ୍ଜିଳି ଏଵଂ ଛତ୍ରପୁର ଥାନାରେ ଏନବିଡବ୍ଲୁ ନୋଟିସ ଥିବା ଜଣାପଡିଛି |


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.