ବାଳିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଗ୍ରାମ ପଞ୍ଚାୟତର ହାଡ଼ି ସାହି ନିବାସୀ ଦିସାରା ନାୟକଙ୍କ ବାଇଶି ବର୍ଷୀୟ ଝିଅ ରଶ୍ମି ପ୍ରିୟା ନାୟକ ତିନିମାସ ତଳେ ହଠାତ ଅସୁସ୍ଥ ହୋଇ ଯିବାରୁ ତାଙ୍କୁ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଫୁଲ ବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା, ସେଠି ମଧ୍ୟ କୌଣସି ସଫଳ ନମିଳିବାରୁ ତାଙ୍କୁ ଘର କୁ ଫେରାଇ ଆଣିଥିଲେ ।!ଦିସାରା ନାୟକ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ପରିବାର ପ୍ରତି ପୋଷଣ ରେ ବିଶେଷ ଅସୁବିଧା ରେ ଗତି କରୁଥିବା ସମୟରେ ଅର୍ଥ ବାଧକ ସାଜିଲା, ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଖରେ ଅଛି ସତ ହେଲେ ଭୁବନେଶ୍ୱର ବଡ଼ ଡାକ୍ତର ଖାନା କୁ ଝିଅ ରଶ୍ମି ପ୍ରିୟା କୁ ଚିକିତ୍ସା ପାଇଁ ନେବାକୁ ହାତରେ କାଣୀ କଉଡ଼ି ଟିଏ ନାହିଁ,। ଭାଗ୍ୟ କୁ ଆଦରି ରହି ଥିବା ମଧ୍ୟରେ ହଟା ତ ମନକୁ ଅନ୍ଧ ବିଶ୍ୱାସ ମାଡିଆସିଲା ଝିଅକୁ କେହି ଗୁଣି କରି ଦେଇଛନ୍ତି। ଭାବି ଦିସାରା ନାୟକ ଖଟ ଦେବତା, ଗୁଣିଆ କୁ ଡାକି ଗାଁ ରେ ପୂଜା ପାଠ କରୁ ଥିବା ସମୟରେ ବାଲିଗୁଡ଼ା ପୋଲିସ ବାରଖମା ଫାଣ୍ଡି ଅଧିକାରୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ,। ଏହି ଘଟଣା ଜିଲ୍ଲା ରେ ପ୍ରଘୋଟ ହେବା ପରେ ବାଲିଗୁଡ଼ା ପୋଲିସ ବରିଷ୍ଠ ଅଧିକାରୀ ଙ୍କ ନେତୃତ୍ୱ ରେ ଗ୍ରାମରେ ଗୁଣି ଗାରେଡ଼ି ଅନ୍ଧ ବିଶ୍ୱାସ ରୁ ଦୁରେଇ ରହିବା ଉଦେଶ୍ୟ ରେ ସଚେତନ ତା କରାଯାଇଥିଲା, ଏପଟେ ଝିଅ ରଶ୍ମି ପ୍ରିୟା ଦିନକୁ ଦିନ ଅସୁସ୍ଥ ହେଉ ଥିବା ଦେଖି ବାରଖମା ସମାଜ ସେବି, ପରମାନନ୍ଦ ନାୟକ ଜାଣି ପାରି ଆଗକୁ ବାହାରି ଥିଲେ, ରେଡ କ୍ରସ ର ସାହାଯ୍ୟ ନିମନ୍ତେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇ ଥିଲେ, ଓ ତହସିଲଦାର ଡ଼, ବିଜୟ କୁମାର ସେଠି, ଏବଂ ବାରଖମା ଆର ଆଇ, କାର୍ତ୍ତିକ ବେହେରା ଙ୍କୁ ଜରୁରୀ କାଳୀନ ପାଣ୍ଟି ରୁ ସାହାଯ୍ୟ କରିବା ପାଇ ଅନୁରୋଧ କରିଥିଲେ, ବାଲିଗୁଡା ତହସିଲଦାର ପରିସ୍ଥିତି କୁ ଗୁରୁତର ସହ ନେଇ ଉକ୍ତ ପରିବାର କୁ ଆଜି -ଦଶହଜାର, ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି,। ସାହାଯ୍ୟ ପାଇ ଦିସାରା ନାୟକ ଅସୁସ୍ଥ ଥିବା ଝିଅ କୁ ଭୁବନେଶ୍ୱର ବଡ଼ ଡାକ୍ତର ଖାନା କୁ ଚିକିତ୍ସା ପାଇଁ ନେଇ ଛନ୍ତି, ତହସିଲଦାର ଙ୍କ ଏଭଳି ସହୃଦୟ ସାହାଯ୍ୟ ମନ ଭାବ ଦେଖି ଆଜି ବୁଦ୍ଧି ଜୀବି ମହଲ ଓ ଅଞ୍ଚଳ ବାସି ପ୍ରସଂଶା କରିଛନ୍ତି ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ