ରିପୋର୍ଟ :ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନୁଆସାହି ଆମ୍ବସାହିରେ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ବୃଦ୍ଧଙ୍କୁ ହତ୍ୟା କରିଥିବା ଅଭିଯୋଗ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତକ ନୁଆସାହି ଆମ୍ବ ସାହିର ବୃଦ୍ଧ ଦେବରାଜ ବାଗ ହୋଇଥିବା ସୂଚନା । ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ମାଧବ ବେହେରାଙ୍କ(ମିନ) ମୃତ ଦେବରାଜଙ୍କ ସହ କୌଣଶି କାରଣରୁ ନେଇ ପୂର୍ବରୁ କଳହ ଲାଗି ରହିଥିଲା ଏବଂ ପୂର୍ବରୁ ଉଭୟଙ୍କ ମଧ୍ୟରେ ବହୁବାର ଝଗଡ଼ା ମଧ୍ୟ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଆଜି ଅପରାହ୍ନରେ ଦେବରାଜ ନିଜ ଘର ନିକଟରେ ଥିବା ବେଳେ ମାଧବ ଅଚାନକ ଆସି ଦେବରାଜ ଙ୍କ ମୁଣ୍ଡକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଦେବରାଜଙ୍କୁ ପରିବାର ଲୋକେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତରଖାନାରେ ଡାକ୍ତର ଦେବରାଜଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ସେପଟେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଧବ ବେହେରାକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଘଟଣାର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।


More Stories
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance
The Odisha Vigilance has arrested the Assistant Director of Bhubaneswar OREDA while accepting a bribe of Rs 10,000.