ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ବୌଦ୍ଧ 21.8.ଆଜି ବୌଦ୍ଧ ବନଖଣ୍ଡ ଅଧିନସ୍ଥ ବୌଦ୍ଧ ଜିଲ୍ଲା ସଦର ଭବ୍ୟ ଜଳେଶ୍ୱର ଶୈବପୀଠରେ ବୌଦ୍ଧ ବନଅଧିକାରୀ ଦେବପ୍ରିୟ କମ୍ପ ଙ୍କ ତତ୍ଵାବଧାନରେ ବୌଦ୍ଧ ବନାଞ୍ଚଳ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!ଉକ୍ତ ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଜିଲ୍ଲା ପାଳ ନୃସିଂହ ଚରଣ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିବା ବେଳେ
, ଏ ସି ଅଫ ଆଶିଷ କହଁର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ସହିତ ବୌଦ୍ଧ ନାଗରିକ କମିଟି ଓ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତ ରେ ବୃକ୍ଷ ରୋପଣ କରାଯାଇଥିଲl! ବର, ଓସ୍ତ ଓ ବେଲ ବୃକ୍ଷ 120ଟି ଲଗାଯାଇଥିବା ବେଳେ ବର ଓ ଓସ୍ତ ବୃକ୍ଷ ଗ୍ରୀଷ୍ମ ତାପମାତ୍ରକୁ ନିୟନ୍ତ୍ରଣ କରୁଥିବାରୁ ଏହି ବୃକ୍ଷ କୁ ପ୍ରାଧାନ୍ୟ ଦିଆ ଯାଇଛି ଓ ଏହା ଏକ ଧାର୍ମିକ ପୀଠ ହୋଇଥିବାରୁ ହିନ୍ଦୁ ଧର୍ମ ଅନୁଯାଇ ଆସନ୍ତା ବର୍ଷ ରୁ ବର ଓ ଓସ୍ତ ବୃକ୍ଷ କୁ ବିବାହ କରିବାର ଯୋଜନା କରାଯାଇଛି ବୋଲି ମତ ବ୍ୟକ୍ତ କରିଥିଲେ!
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।