ରିପୋର୍ଟ :ଖୋର୍ଦ୍ଧା (ରବି ନାରାୟଣ ସାହୁ )
ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ବୋହୁକୁ ହତ୍ଯା ଅଭିଯୋଗ। ଶ୍ବଶୁର ଘର ପରିବାର ଙ୍କ ବିରୋଧ ହତ୍ଯା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ କ୍ରମେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟ ଙ୍କ ଝିଅ ଅହଲ୍ଯା(24) ନିଜିଗଡ ତାପଙ୍ଗ ର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ୱର ଙ୍କ ଗତ ଫେବୃୟାରୀ ମାସ 10 ତାରିଖରେ ବାହାଘର ହୋଇଥିଲା। ବର୍ତମାନ ସେ 6 ମାସ ର ଗର୍ଭବତୀ ଅଛନ୍ତି ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା। ପରବତ୍ତି ସମୟରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ l
ଗତକାଲି ଅପରାହ୍ନ 5ଟା ସମୟରେ ଜ୍ବାଇଁ ଫୋନ କରି କହିଥିଲେ ଝିଅର ଦେହ ଖରାପ ଅଛି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଖବରପାଇ ଝିଅର ପରିବାର ଲୋକେ ହସ୍ପିଟାଲ ରେ ପହଞ୍ଚିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ବେଳେ ଝିଅର ଶ୍ବଶୁର ଘର ପରିବାର ଫେରାର ହୋଇଯାଇଥିଲେ। ଝିଅର ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଝିଅ କୁ ହତ୍ଯା କରାଯାଇଛି। ଏଥିରେ ଶଶୁର, ଜ୍ବାଇଁ, ଶାଶୁ, ନଣଦ, ନଣଦେଇ ଦିଅର ଙ୍କ ନାମରେ ଅଭିଯୋଗ କରିଛନ୍ତି।
More Stories
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l