ରିପୋର୍ଟ :ଖୋର୍ଦ୍ଧା (ରବି ନାରାୟଣ ସାହୁ )
ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ବୋହୁକୁ ହତ୍ଯା ଅଭିଯୋଗ। ଶ୍ବଶୁର ଘର ପରିବାର ଙ୍କ ବିରୋଧ ହତ୍ଯା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ କ୍ରମେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟ ଙ୍କ ଝିଅ ଅହଲ୍ଯା(24) ନିଜିଗଡ ତାପଙ୍ଗ ର ରଘୁନାଥ ପାହାନ୍ତାସିଙ୍ଗ ପୁଅ ସର୍ବେଶ୍ୱର ଙ୍କ ଗତ ଫେବୃୟାରୀ ମାସ 10 ତାରିଖରେ ବାହାଘର ହୋଇଥିଲା। ବର୍ତମାନ ସେ 6 ମାସ ର ଗର୍ଭବତୀ ଅଛନ୍ତି ବାହାଘର ସମୟରେ ସମସ୍ତ ଯୌତୁକ ଦିଆଯାଇଥିଲା। ପରବତ୍ତି ସମୟରେ ଅଧିକ ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ l
ଗତକାଲି ଅପରାହ୍ନ 5ଟା ସମୟରେ ଜ୍ବାଇଁ ଫୋନ କରି କହିଥିଲେ ଝିଅର ଦେହ ଖରାପ ଅଛି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଖବରପାଇ ଝିଅର ପରିବାର ଲୋକେ ହସ୍ପିଟାଲ ରେ ପହଞ୍ଚିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିବା ବେଳେ ଝିଅର ଶ୍ବଶୁର ଘର ପରିବାର ଫେରାର ହୋଇଯାଇଥିଲେ। ଝିଅର ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଝିଅ କୁ ହତ୍ଯା କରାଯାଇଛି। ଏଥିରେ ଶଶୁର, ଜ୍ବାଇଁ, ଶାଶୁ, ନଣଦ, ନଣଦେଇ ଦିଅର ଙ୍କ ନାମରେ ଅଭିଯୋଗ କରିଛନ୍ତି।


More Stories
ବିକାଶ ପରିଷଦ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ l
ଶ୍ରୀଚୈତନ୍ଯ ରିସର୍ଚ ଆସୋସିଏସନ ପକ୍ଷରୁ ଆଲୋଚନାଚକ୍ର।
ବାର୍ଷିକପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l