ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦା ରୁ ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହ ଜବତ କରିଛି ବାଣପୁର ପୋଲିସ ।
ସୂଚନା ମୁତାବକ ଆଜି ସକାଳୁ ବାଣପୁର ତହସିଲ ରୋଡ ଗାଲୁଆ ଛକ ନିକଟରେ ଏକ ରାସ୍ତା ପାର୍ଶ୍ଵରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦା ରୁ ଜଣେ ଅଚିହ୍ନା ମହିଳାଙ୍କ ଶବ ପଡ଼ି ଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ସଙ୍ଗେ ସଙ୍ଗେ ବାଣପୁର ପୋଲିସ କୁ ଖବର ଦେଇଥିଲେ। ଅଚିହ୍ନା ମୃତ ମହିଳାଙ୍କ ଗର୍ଦ୍ଧନ ଓ ଶରୀରର ବିଭିନ୍ନ ଜାଗାରେ ରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଛି। ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବାର ସନ୍ଦେହ ହେଉଥିବା ବେଳେ ଆଉ କିଛି ସ୍ଥାନୀୟ ଲୋକେ କହୁଛନ୍ତି ତାଙ୍କୁ କିଛି କୁକୁର ମାନେ ଝୁଣି ଝୁଣି ମାରି ଦେଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛି l
ବାଣପୁର ଗାଲୁଆ ଛକ ଅଳିଆ ଆବର୍ଜନାରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର l


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.