ନୂଆପଡା ଜିଲ୍ଲା କୋମନା ଥାନା ଅଧୀନ କାଣ୍ଡେତରା ଗାଁ ର ଦୁଇ ଯୁବକ ଙ୍କୁ ନିସ୍ତୁକ ମାଡ ମରାଯାଇଛି ।ସେ ମାନଙ୍କ ମଧ୍ୟରୁ ନିରନ ବଗର୍ତ୍ତି 30 ଙ୍କ ମୃତ୍ୟୁ ହୋଇଥିଲା ବେଳେ ଗିରିଧାରୀ ରଣା 25 ଗୁରୁତର ହୋଇଛନ୍ତି ।ତାଙ୍କୁ ଜିଲ୍ଲା ଚିକିତ୍ସାଲୟରେ ଭର୍ତି କରିଛନ୍ତି।ଶନିବାର ସକାଳେ ଉଭୟଙ୍କୁ ଗଣ୍ଡାମେର ଛକ ରେ ମୂମୂର୍ଶୁ ଅବସ୍ଥା ରେ ଲୋକେ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଏକ ଆମ୍ବୁଲାନ୍ସ ଯୋଗେ ନେଇଥିଲେ ।ସେଠାରେ ନିରନ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗିରିଧାରୀ ଙ୍କୁ ଜିଲ୍ଲା ଚିକିତ୍ସାଲୟ କୁ ସ୍ଥାନାନ୍ତର କରାଯାଇଛି । ନିରନ ଙ୍କୁ ପିଟି ହତ୍ୟା କରାଯାଇଛି ବୋଲି ପରିବାର ପକ୍ଷ ରୁ କୋମନା ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।ପୋଲିସ ଏକ ଅପ ମୃତ୍ୟୁ ମାମଲା ନଂ 161/23 ରୁଜୁ କରି ତଦନ୍ତ ଚଳାଇଛି।ପରିବାର ଲୋକ ଙ୍କ ଅଭିଯୋଗ ମୁତାବକ ବର୍ତ୍ତମାନ ଦୁଇ ଜନ ଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।ଗିରିଧାରୀ ସୁସ୍ଥ ହେଲେ ପ୍ରକୃତ ଘଟଣା ଜଣାପଡିବ ।3 ଜଣ ଯୁବକ ଏମାନଙ୍କୁ ଟଙ୍କା ମାଗିଥିଲେ ।ଏମାନେ ଟଙ୍କା ନ ଦେବାରୁ ନିସ୍ତୁକ ମାଡ଼ ମାରିଥିଲେ ମରିଗଲା ବୋଲି ଭାବି ସେଠାରୁ ଚାଲି ଯାଇଥିଲେ ବୋଲି ପୋଲିସ ସୂଚନା ରୁ ପ୍ରକାଶ ।ନିରନ୍ ଓ ଗିରିଧାରୀ ଶୁକ୍ରବାର ବଲାଙ୍ଗୀର ଜିଲ୍ଲା ଲାଠୋର ଯାଉଛୁ ବୋଲି ଘରେ ଯାଇଥିଲେ ।ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବା ରୁ ଘର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ଖବର ମିଳିନଥିଲା ।ଶନିବାର ସକାଳେ ପରିବାର ଲୋକେ ଏକ ଫୋନ କଲ୍ ପାଇ ଘଟଣା ସ୍ଥଳକୁ ଯାଇଥିଲେ ।ସେମାନଙ୍କୁ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଉଦ୍ଧାର କରିଥିଲେ । ନୀରନ୍ ଜଣେ କୁଲି ମଜୁରିଆ ଭାବେ କାମ କରି ପରିବାର ପ୍ରତି ପୋଷଣ କରନ୍ତି ।4 ବର୍ଷ ତଳେ ତାଙ୍କର ସ୍ତ୍ରୀ ମଧ୍ୟ ମୃତ୍ୟୁବରଣ କରି ଥିବା ବେଳେ 9 ବର୍ଷ ର ଝିଅ ସନ୍ତୋଷିନି ଙ୍କୁ ଧରି କାମ କରି ଚଳିଥାଆନ୍ତି । ବିଧାତା ର ଏକି ବିଚିତ୍ର ଖେଳ ଯେ ଶେଷ ରେ ଅଭାଗିନୀ ଝିଅ ର ବାପା ଙ୍କୁ ମଧ୍ୟ ଛଡେଇ ନେଲା। ସନ୍ତୋଷିନି ଙ୍କୁ ପ୍ରଶାସନ ପକ୍ଷ ରୁ ସ୍ଥାୟୀ ଥଇଥାନ କରିବାକୁ ଗ୍ରାମବାସୀ ଓ ପରିବାର ଦାବି କରିଛନ୍ତି।
ଟଙ୍କା ନ ଦେବାରୁ ଦୁଇ ଯୁବକ ଙ୍କୁ ନିସ୍ତୁକ ମାଡ଼ ଜଣେ ମୃତ ଜଣେ ଗୁରୁତର..


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.