ରିପୋର୍ଟ : ଯଯାତି କେଶୋରୀ ବିଶ୍ୱାଳ
ରାଉରକେଲା ରେଳ ଷ୍ଟେସନରୁ ଜବତ ହୋଇଛି ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୁଲ୍ୟର ବ୍ରାଉନ ସୁଗର। ଡ୍ରଗ୍ସ କାରବାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି। ବୁଧବାର ଦିନ ଆରପିଏଫ୍ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ରେଳ ଷ୍ଟେସନ କାର ପାର୍କିଂ ଏରିଆରୁ ଏହି ଦୁଇଜଣ ଅଭିଯୁକ୍ତ ରାଜୀବ ବେହେରା ଏବଂ ଅଙ୍କୁଶ ଭଗତ ଙ୍କୁ ଗିରଫ କରାଯାଇଥିଲା। ଉଭୟ ଝାରସୁଗୁଡାରୁ ଏହି ବ୍ରାଉନ ସୁଗର ଆଣିଥିଲେ। ଏ ବାବଦରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.