ନିଖିଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

ବିୟୁରୋ ରିପୋର୍ଟ

* ୩ ଦଫା ଦାବି ପୂରଣ ନହେଲେ ୧୬ ତାରିଖରୁ ସମୂହ ଛୁଟି , ସ୍କୁଲରେ  ଠୁଙ୍କିବେ ତାଲା
* ବାରମ୍ବାର ଗୁହାରୀ କଲୁ , କେହି ଶୁଣିଲେ ନାହିଁ ତେଣୁ ଏବେ ଚରମ ନିଷ୍ପତ୍ତି
—–  ——–  ———–   ———-  ——
ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଓଡିଶା ର ନିଷ୍ପତ୍ତି ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ନିଖିଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି , ଏଥିରେ ସଂଘ ପକ୍ଷରୁ ଚରମ ନିଷ୍ପତ୍ତି ମଧ୍ୟ ଶୁଣାଇ ଦେଇଛି ସଂଘ । ନିଜର ହକ୍ ପାଇଁ ହେଉଛି ଏହି ଲଢେ଼ଇ ତେଣୁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କଲୁ ହେଲେ ନିଷ୍ଫଳ ହେଲା ତେଣୁ ବିକଳ୍ପ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେଲୁ । ଆସନ୍ତା ୧୬ ତାରିଖ ଠାରୁ ଆଉ ଆମେ ସ୍କୁଲ ଯିବୁ ନାହିଁ , ଆନ୍ଦୋଳନ କରିବୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛି ସଂଘ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଚରମ ନିଷ୍ପତ୍ତି କଥା କହିଛି ନିଖିଳ ପ୍ରାଥମିକ ଶିକ୍ଷକ ସଂଘ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରାଯାଉ , ନୂତନ ପେନସନ ପ୍ରଥା ଉଛେଦ କରାଯାଇ ପୁରୁଣା ପେନସନ ବ୍ୟବସ୍ଥା କରାଯାଉ , କ୍ୟାଡର ଶିକ୍ଷକ ଏବଂ କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରାଯାଉ ଭଳି ଦାବି କରିଛି ସଂଘ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଖିଳ ପ୍ରାଥମିକ ଶିକ୍ଷକ ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଜମେଶ୍ୱର ମଲ୍ଲିକ , ସମ୍ପାଦକ ପ୍ରସନ୍ନ କୁମାର ଶ୍ରୀଚନ୍ଦନ , ସଙ୍ଗଠନ ସମ୍ପାଦକ ସମରେଶ ବେହେରା , ଉପଦେଷ୍ଟା ବସନ୍ତ କୁମାର ପ୍ରହରାଜ ଏବଂ ରାଜ୍ୟ ଉପ-ସଭାପତି ଅଗାଧୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!