ରିପୋର୍ଟ :ଦିଲୀପ ଦୁରିଆ
ଧର୍ମଗଡ଼: ଧର୍ମଗଡ଼ ବ୍ଲକ୍ ବେହେରା ଗ୍ରାମ ନଦୀରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଛି କୋକସରା ପୋଲିସ ।ମୃତ ବ୍ୟକ୍ତି ଜଣକ ଆମପାନି ଥାନା କାଉଡୋଲା ଗ୍ରାମର ରୁଦ୍ର ପ୍ରସାଦ ସାହୁ ୬୮ ବୋଲି ଜଣାପଡିଛି । ପରିବାର ଙ୍କ ସୂଚନା ମତେ ସେ ଗତ କାଲି ସନ୍ଧ୍ୟା ସମୟରୁ ଘରୁ ବାହାରି ଫେରି ନ ଥିଲେ। ପରିବାର ଲୋକେ ଆଖପାଖ ଅଞ୍ଚଳରେ ବହୁତ୍ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ତେବେ ଆଜି ସଂଧ୍ୟା ୫ଘଣ୍ଟା ସମୟରେ ବେହେରା ନଦୀ କୂଳରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି କୋକସରା ପୋଲିସ କୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଥିବା ବେଳେ ପରିବାର ଲୋକେ ଶବ ଚିହ୍ନଟ କରିଥିବା ଜଣା ପଡ଼ିଛି । ଏ ନେଇ କୋକସରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁ ର କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।
More Stories
ଔପନିବେଶୀୟ ଶିକ୍ଷା ଢାଞ୍ଚାରେ ପରିବର୍ତ୍ତନ ଆଣିବ ଜାତୀୟ ଶିକ୍ଷାନୀତି (ଏନ୍. ଇ. ପି) -୨୦୨୦: ଉଚ୍ଚଶିକ୍ଷା ମନ୍ତ୍ରୀ।
ଗୁଡାରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ।
ଟିଟିଲାଗଡ ପୂର୍ତ୍ତ ବିଭାଗ ଏସଡିଓ ଡିଲେଶ୍ବର ମାଝିଙ୍କ ଘରେ ଭିଜିଲାନ୍ସର ଚଢ଼ାଉ।