ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର,ପୋଲିସ ର ତଦନ୍ତ ଜାରି।      

ରିପୋର୍ଟ (ପ୍ରଦିପ ସେଠିଆ)

କୋକସରା,୧୦/୮କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଡ଼ହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମ ନିକଟରେ ଚାଷଜମି ରେ ଟ୍ରାକ୍ଟର ରେ କାଦୁଅ କରୁଥିବା ବେଳେ ଅସାବଧାନତା ଯୋଗୁ ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ଟ୍ରାକ୍ଟର ତଳେ ଡ୍ରାଇଭର ଚାପି ହୋଇ ରହିଥିଲେ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ଡ୍ରାଇଭର ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥବା ବେଳେ ଅବସ୍ଥା ଗୁରୁତର  ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି। ଗୁରୁତର ଡ୍ରାଇଭର ସେହି ନୂଆଗୁଡା ଗ୍ରାମ ବିଶ୍ୱମ୍ବର ବନ୍ଦିଛୋଡ ଙ୍କ ପୁଅ ମୋତିରାମ ବନ୍ଦିଛୋଡ ବୋଳି ଜଣାପଡିଛି। ସେ ନୂଆଗୁଡା ଗ୍ରାମର ବୈକୁଣ୍ଠ ନିଆଲ ଙ୍କ ଟ୍ରାକ୍ଟର ରେ ଡ୍ରାଇଭର କାମ କରୁଥିଲେ। ଖବର ପାଇବା ପରେ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

error: Content is protected !!