ବୌଦ୍ଧ,( ଚିତ୍ତରଞ୍ଜନ ସିଂହ ),
ଜବାହାର ନବୋଦୟ ବିଦ୍ୟାଳୟ ,ପାଲଝର ତରଫରୁ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା ଙ୍କ ପ୍ରଯୋଜନାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫ.ଏଲ.ଏନ.) କୁ ନେଇ ଏକ କର୍ମଶାଳା ଆୟୋଜନ ହୋଇ ଯାଇଛି । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଓ ପଲଶାଗୋରା କ୍ଲଷ୍ଟର ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଠାରେ ଗଦ୍ୟ ପଠନ ଓ ପଦ୍ୟ ଆବୃତ୍ତି ମାଧ୍ୟମ ରେ ମୌଳିକ ସାକ୍ଷରତା ଜ୍ଞାନ ପ୍ରତି ସଚେତନତା ସମ୍ପର୍କିତ କର୍ମଶାଳା ରେ ଉପସ୍ଥିତ ରହି ଶ୍ରୀ ଦିଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟ ରେ ଅକ୍ଷର ଜ୍ଞାନ ଓ ପଠନ ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ ପିଲାମାନକୁ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅଧିକ ରୁ ଅଧିକ ଆବେଦନ କରିବା ପାଇଁ ସଚେତନ କରାଇ ଥିଲେ । ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ମୌଳିକ ପଠନ ,ଆବୃତ୍ତି ଓ ଲିଖନରେ ଆୟୋଜିତ ପଦ୍ୟ ଆବୃତ୍ତି ଓ ଗଦ୍ୟ ପଠନ ପ୍ରତିଯୋଗୀତା ରେ ପଲସାଗୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିବାୟ ପାଣ୍ଡେ ,ଚନ୍ଦନ କମ୍ପ,ଶୁଭମ ଦରୁଆନ ଏବଂ ପଦ୍ୟ ଆବୃତ୍ତି ରେ ପ୍ରିୟାଙ୍କା ପଧାନ , ସୋନାକ୍ଷୀ ମିଶ୍ର ,ଆଦ୍ୟାଶା ଭୁକ୍ତା ନିଜ ର ଦକ୍ଷତା ପ୍ରଦର୍ଶନ କରିଥିବା ବେଳେ ମନମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ର ଜଳେଶ୍ଵର ମେହେର ପୁନମ ବାରିକ, ସୃତି ନାୟକ ପଦ୍ୟ ଆବୃତ୍ତି ରେ ଦକ୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ପ୍ରଶଂସା ପତ୍ର ବିତରଣ କରା ଯାଇଥିଲା ।ମନମୁଣ୍ଡା ସି ଆର ସି ସି ଶ୍ରୀମତୀ ପ୍ରଜିଣା ପାଢୀ ଓ ପଲଶାଗୋରା ସି ଆର ସି ସି ଶ୍ରୀ ହୃଦାନନ୍ଦ ଦନ୍ତା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କ୍ରମ କୁ ତଦାରଖ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ରେ ମନମୁଣ୍ଡା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରୀତାରଣୀ ତ୍ରିପାଠୀ ଓ ପଲଶାଗୋରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ସାହୁ କର୍ମଶାଳା କୁ ସଂଯୋଜନା କରିଥିଲେ ।କର୍ମଶାଳା ରେ ଉପସ୍ଥିତ ଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ହେଲେ ଘୁଲୁଘୁଲାପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରାଣଦେଇ , ବାଲିଜୋରି ୟୁ. ଜି. ଏମ. ଇ. ର ପ୍ରଧାନ ଶିକ୍ଷକ ଶ୍ରୀ ଉଦ୍ଧବ ମହାଳିକ , ପିପିଲିପାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ କୁମାର ମାହାକୁଡ , କୁଣ୍ଡାମାଳ ୟୁ. ଜି. ଏଚ. ଏସ. ର ସହକାରୀ ଶିକ୍ଷକ ଶ୍ରୀ ତ୍ରିଜିବ୍ କୁମାର ପ୍ରହରାଜ , ଜୁନାନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେନ୍ଦ୍ର କୁମାର ଭୋଇ , ପଞ୍ଚଖଣ୍ଡି ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶକ୍ତିଦାଶ ପୂଜାରୀ ,ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପଂଚାନନ ସ୍ଵାଇଁ ଏବଂ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପଲସଗୋରା ଓ ମନମୁଣ୍ଡା ର ସମସ୍ତ ଛାତ୍ରଛାତ୍ରୀ,ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l
More Stories
ଶାନ୍ତି ଶକ୍ତି ଭଵନରେ ତ୍ରିମୁର୍ତ୍ତୀ ଶିବ ଜୟନ୍ତୀ ପାଳିତ l
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।