ରିପୋର୍ଟ: ପ୍ରଦିପ ସେଠିଆ
କଲମପୁର(ଆମ ଓଡ଼ିଶା ଖବର): କଳାହାଣ୍ଡି ୱେଲଫର ଅରଗାନାଇଯେସନ ସାହାଯ୍ୟରେ କଲମପୁର ଅଞ୍ଚଳରୁ ଜଣେ ମାନସିକ ବିକୃତ ମହିଳା ଧର୍ମଗଡ ମିଶନ ଚାରିଟି ଠାରେ ଭର୍ତ୍ତି ହେଲେ l ସୂଚନା ଅନୁସାରେ କଲମପୁର ବ୍ଲକ ନୂଆଗାଁ ଗ୍ରାମର ଜଣେ ୪୦ ବର୍ଷୀୟା ବିବାହିତା ମହିଳା ତପସ୍ଵିନୀ ସାହୁ ଦୀର୍ଘ ୧୫ ବର୍ଷ ହେଲା ମାନସିକ ରୋଗରେ ପୀଡ଼ିତ ହୋଇ ନିଜ ଭାଇ ଘରେ ରହୁଥିଲେ l ତପସ୍ଵିନୀ ଜୟପାଟଣା ଥାନା ଅନ୍ତର୍ଗତ ଉମେର ଗ୍ରାମର ପବିତ୍ର ସାହୁଙ୍କୁ ବିବାହ କରିଥିଲେ ତାଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି ହେଲେ ତପସ୍ଵିନୀ ର ମାନସିକ ସନ୍ତୁଳନ ଅସ୍ଥିର ହେବା ପରେ ନିଜ ସ୍ବାମୀ ଓ ଦୁଇ ପୁଅ ତାଙ୍କୁ ଘରୁ ବାହାର କରିଦେଇଥିଲେ ଫଳରେ ତପସ୍ଵିନୀ ନିଜ ବାପା ଘର ନୂଆଗାଁ କୁ ଆସି ରହୁଥିଲେ l ଭାଇ ବିକ୍ରମ ଅନେକ ଡାକ୍ତରଖାନାରେ ଚିକିତ୍ସା କରି ଥକି ଯାଇଥିଲେ ହେଲେ ଭଉଣୀ ତପସ୍ଵିନୀଙ୍କ ମାନସିକ ସ୍ତରରେ ଆଉ ସ୍ଥିରତା ଫେରି ନଥିଲା ଯାହାରୀ ଫଳରେ ତପସ୍ଵିନୀ ଘରେ ନରହି ଗାଁ ଗାଁ ବୁଲୁଥିଲେ ଓ ଭାଇ ଖୋଜି ଖୋଜି ହଇରାଣ ହେଉଥିଲା ଶେଷରେ ଭାଇ ବିକ୍ରମ କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ”କଳାହାଣ୍ଡି ୱେଲଫର ଅରଗାନାଇଯେସନ” କୁ ଭଉଣୀର ଥଇଥାନ କରିବାକୁ ଅନୁରୋଧ ଜଣାଇଥିଲେ l ସଂଗଠନ କଳାହାଣ୍ଡି ସମାଜ ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରି ମଙ୍ଗଳବାର ଦିନ କଳାହାଣ୍ଡି ୱେଲଫର ଅରଗାନାଇଯେସନ ର ଜିଲ୍ଲା ସଭାପତି ଉମାକାନ୍ତ ସୁନାନି ଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସଂଗ୍ରାମ କନ୍ଦପାନ,ଜିଲ୍ଲା ଉପସଭାପତି ଭୋଲାଶଙ୍କର ପାତ୍ର,ସମ୍ପାଦକ ନରେଶ ସୁନାନି ଙ୍କ ସହ ସମାଜସେବୀକା ତଥା ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ର ଉପାଧ୍ୟକ୍ଷା ମନିଷା ମିଶ୍ର,ସମାଜସେବୀ ତଥା ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର , କଲମପୁରର ଯୁବ ସମାଜସେବୀ ରଞ୍ଜନ କୁମାର ସାହୁ, ଚିନ୍ମୟ ପଟ୍ଟନାୟକ ପ୍ରମୁଖ ତପସ୍ଵିନୀ ଙ୍କ ଘରେ ପହଞ୍ଚି ତପସ୍ଵିନୀ ଙ୍କୁ ଉଦ୍ଧାର କରି କଲମପୁର ଥାନାକୁ ନେଇ ଥାନା ଅଧିକାରୀ ଜୀତେନ୍ଦ୍ର କୁମାର ବିଶ୍ଵାଳଙ୍କୁ ଲିଖିତ ପତ୍ର ଦେବାସହ ପୋଲିସର ସହଯୋଗ କ୍ରମେ ଧର୍ମଗଡ ମିଶନ ଚାରିଟି ଠାରେ ଭର୍ତ୍ତି କରାଗଲା l ସଂଗଠନର ଏଭଳି କାମକୁ ଦେଖି ଅଞ୍ଚଳବାସୀ ଅନେକ ପ୍ରଶଂସା କରୁଛନ୍ତି l
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”