ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :- (ଆମ ଓଡିଶା ଖବର )
ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ ସ୍କୁଲ କମିଟି ଅଧକ୍ଷ ଅବଦୁଲ ରସିଦ ଙ୍କ ଅଧକ୍ଷତାରେ ଆୟୋଜନ କରାଯାଇଥିଲା | ଏହି ବୈଠକରେ ପଞ୍ଚାୟତ ସମିତି ସଭ୍ୟ ପୂର୍ଣଚନ୍ଦ୍ର ଶୋରୀ ମୁଖ୍ୟ ଅତିଥି ଆଶନ ରେ ବସିଥିବା ବେଳେ
ସ୍କୁଲ କମିଟି ଉପାଧକ୍ଷା ଭୁଲତା ଶୋରୀ, ଧନଞ୍ଜୟ ବାଘ ଏସ ଏମ ସି. ମେମ୍ବର, ରମେଶ ଚନ୍ଦ୍ର ଶୋରୀ, ପରମେଶ୍ୱର ପଟେଲ, ଉଷା ମେହେର, ସୁନିତା ମେହେର, ଲୋଚନୀ ମାଝୀ, ଦୁତିକା ପଟେଲ, ସୁନାଦେଇ ନାୟକ, ଯୋଗେନ୍ଦ୍ର ନାୟକ, କ୍ଷେମା ବିଶି, ଖେମରାଜ ନାୟକ (ମୋ ସ୍କୁଲ ଅଧକ୍ଷ )ଓ ସମସ୍ତ ଛାତ୍ର, ଛାତ୍ରୀଙ୍କ ଅଭିଭାବକ ଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ବସନ୍ତ ମହାରଣା ଏବଂ ଶିକ୍ଷକ ଚମ୍ପେଶ୍ୱର ଭୋଇ ସରକାରଙ୍କ ନିର୍ଦେଶକ୍ରମେ ଆୟୋଜିତ ବୈଠକରେ :-
1-ଅଭିଭାବକ ମାନଙ୍କୁ ସ୍ୱାଗତ ଅଭି ଭାଷଣ ପ୍ରଦାନ
2-ଶୈକ୍ଷିକ କେଲେଣ୍ଡର 2023/24
3-ମାଗଣାରେ ଛାତ୍ର, ଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ଯୋଗାଣ
4-ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାପନ ଦିବସ
5-ଶିକ୍ଷା ସଚେତନତା ରଥ ପରିକ୍ରମା
6-ଅଂଶୁଘାତ ପ୍ରତି ସାବଧାନତା
7-ଅନଲାଇନ ସୁରକ୍ଷା ସମ୍ବନ୍ଧୀୟ କିଛି ଭ୍ରାନ୍ତି ଧାରଣା ସତ୍ୟତା ଓ ଏହାର ସମାଧାନ
8-ଅଭିଭାବକ ମାନଙ୍କ ପାଇଁ ସାଇବର ସଚେତନତା
9-ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ସଚେତନତା
10-ଶିକ୍ଷାରେ ଉତ୍କର୍ଷ ଆଣିଛି ଓଡିଶା
11-ଅଭିଭାବକ ମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ଉପରେ ବିସ୍ତାରିତ ଓ ପୁଙ୍ଖାନୁପୁଙ୍ଖ ଓ ପ୍ରାଞ୍ଜଳ ଭାବରେ ଅଭିଭାଷଣ ମାଧ୍ୟମରେ ବୁଝେଇଥିଲେ |
ଏହି ବୈଠକକୁ ପ୍ରଧାନ ଶିକ୍ଷକ ବସନ୍ତ ମହାରଣା ଓ ଶିକ୍ଷକ ଚମ୍ପେଶ୍ୱର ଭୋଇ ପରିଚାଳନା କରିଥିବାବେଳେ ଶିକ୍ଷକ ଅଜୟ ସୁନା, ଖଗେଶ୍ୱର ବେଶ୍ରା (PET), ହୃଷିକେଶ ନାୟକ, ଲାଲମନ ଗୌଡ଼,ପୂର୍ଣ୍ଣସିଂ ନାୟକ, ଶୈଳଜା ମହାନ୍ତ, ମିଳିମିଲି ବାଇ, ପକ୍ଷୀରାଜ ନାୟକ ସହଯୋଗ କରିଥିଲେ ଶେଷରେ ଶିକ୍ଷକ ପ୍ରେମେଶ୍ୱର ନାୟକ ନିଜ ଅଭିଭାଷଣ ପରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସମାପନ କରିଥିଲେ ଏବଂ ଶେଷରେ 78 ଜଣ ଛାତ୍ର ଓ 64 ଜଣ ଛାତ୍ରୀଙ୍କୁ ନୂତନ ପୋଷାକ ବଣ୍ଟନ କରାଯାଇଥିଲା !
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।