ଧଳପୁର ଓ ରାମଗଡ  କ୍ଲଷ୍ଟର  ରେ ମୌଳିକ ସାକ୍ଷରତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )

ଜୱାହର ନବୋଦୟ ବିଦ୍ୟାଳୟ ,ପାଲଝର ବୌଦ୍ଧ ତରଫରୁ ବରିଷ୍ଠ ଶିକ୍ଷକ ଶ୍ରୀ ଦିଲୀପ କୁମାର ବାଡତ୍ୟା ଙ୍କ ପ୍ରଚେଷ୍ଟା ରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫ.ଏଲ.ଏନ.) କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।  ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଓ ରାମଗଡ   କ୍ଲଷ୍ଟର ର  ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗଦ୍ୟ ପଠନ ଓ ପଦ୍ୟ ଆବୃତ୍ତି ମାଧ୍ୟମ ରେ ମୌଳିକ ସାକ୍ଷରତା ଜ୍ଞାନ ପ୍ରତି ସଚେତନତା ସମ୍ପର୍କିତ କର୍ମଶାଳା ରେ ଉପସ୍ଥିତ ରହି ଶ୍ରୀ ଦିଲୀପ କୁମାର ବାଡତ୍ୟା ତାଙ୍କ ବକ୍ତବ୍ୟ ରେ  ଅକ୍ଷର ଜ୍ଞାନ ଓ ପଠନ  ଉପରେ ଗୁରୁତ୍ଵ ଦେବା ସଙ୍ଗେ ସଙ୍ଗେ  ପିଲାମାନକୁ ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଅଧିକ ରୁ ଅଧିକ ଆବେଦନ କରିବା ପାଇଁ ସଚେତନ କରାଇ ଥିଲେ । ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ  ମୌଳିକ ପଠନ ,ଆବୃତ୍ତି  ବିଷୟରେ ଆଲୋଚନା କରା ଯାଇଥିଲା ସହିତ  ପଦ୍ୟ ଆବୃତ୍ତି  ଓ ଗଦ୍ୟ ପଠନ ପ୍ରତିଯୋଗୀତା ରେ ଧଳପୁର   ପ୍ରାଥମିକ ବିଦ୍ୟାଳୟ ର ଅମୃତା  ନାୟକ , ସ୍ମୃତିମୟୀ ବେହେରା ଶୁଶ୍ରୀ ସ୍ଵସ୍ତିକ ଭୋକ୍ତା , ଆଦ୍ୟାଶା ପ୍ରଧାନ ,ପ୍ରୀତିପଦ୍ମା ପ୍ରଧାନ ,ପ୍ରତୀକ ବେହେରା ନିଜ ର ଦକ୍ଷତା ପ୍ରଦର୍ଶନ କରିଥିବା  ବେଳେ ରାମଗଡ   ପ୍ରାଥମିକ ବିଦ୍ୟାଳୟ ର ଶିବାନୀ ସେଠି ,ଅଙ୍କିତା ସେଠୀ ,ସୁକଦେବ ସାହୁ ପଦ୍ୟ ଆବୃତ୍ତି ରେ  ଦକ୍ଷତା ପ୍ରଦର୍ଶନ କରି ଅତିଥିଙ୍କ ଠାରୁ   ପ୍ରଶଂସା  ପତ୍ର  ଗ୍ରହଣ କରିଥିଲେ 

।ଧଳପୁର    ସି ଆର ସି ସି   ସତ୍ୟ ନାରାୟଣ  ନାୟକ ଓ ରାମଗଡ  ସି ଆର ସି ସି ସୁଭାଷ ଚନ୍ଦ୍ର  ବିଶି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କ୍ରମ କୁ ତଦାରଖ କରିବା ସଙ୍ଗେ ସଙ୍ଗେ ପିଲାମାନଙ୍କୁ ଖେଳଣା ମାଧ୍ୟମରେ ଶିକ୍ଷା ଦାନ କରି ଉତ୍ସାହିତ କରିଥିଲେ । ରାମଗଡ  ସି ଆର ସି ସି  ସୁଭାଷ ଚନ୍ଦ୍ର  ବିଶି ଙ୍କ ଖେଳଣା  ଆଧାରିତ କାର୍ଯ୍ୟକ୍ରମ ମନମୁଗ୍ଧକର ଥିଲା । ଧଳପୁର ନୋଡାଲ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର  ପ୍ରଧାନ  ଶିକ୍ଷକ  ପୁଲସ୍ତି ଭୋକ୍ତା ଓ ରାମଗଡ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ପ୍ରଧାନ  ଶିକ୍ଷକ  ବିବେକାନନ୍ଦ ଯୋଶୀ କର୍ମଶାଳା କୁ ସଂଯୋଜନା  କରିଥିଲେ ।ଆଲୋଚନା  ବେଲପଦର ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ସହାୟକ ଶିକ୍ଷକ  ରଞ୍ଜିତ କୁମାର ହୋତା , କ୍ଷରସଙ୍କୁଲେଇ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର  ସୁରେନ୍ଦ୍ର ମାହାକୁଡ,ଜବଲପୁର ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ହଜାରି ନାୟକ ,ଟଭାପଦର ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ଦିଲ୍ଲୀପ ପ୍ରଧାନ ,ଶଙ୍କୁଲେଇ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ସହାୟକ ଶିକ୍ଷକ  ରବୀନ୍ଦ୍ର ବେହେରା ,କାମ୍ପଲା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟର ପ୍ରଧାନ  ଶିକ୍ଷୟିତ୍ରୀ  ସୂର୍ଯ୍ୟକାନ୍ତି  ବାରିକ ,ଖଣ୍ଡତୋଟା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ପ୍ରତିଭୂ କୁମାର ପାଢୀ , ପଳାସକୁଟଣି   ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ସଞ୍ଜୀବ କୁମାର  ନାୟକ , ସରସ୍ଵତୀ ଶିଶୁ ମନ୍ଦିର ର ସହାୟକ ଶିକ୍ଷକ  ସପନ କୁମାର ନାୟକ , କୋଇଲିସୁତା ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ରାଘବ ବେହେରା , ବୈକୁଣ୍ଠପୁର ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ରଜନୀକାନ୍ତ ବାରିକ  ,ଶ୍ୟାମସୁନ୍ଦରପୁର  ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରଞ୍ଜିତ ପ୍ରଧାନ ,ଉଅଁlଳ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ସହାୟକ  ଶିକ୍ଷକ  କୃଷ୍ଣ ଚନ୍ଦ୍ର  ସାହୁ । ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ,ଧଳ ପୁର ଓ ରାମଗଡ ଉଚ୍ଚ ପ୍ରାଥମିକ  ବିଦ୍ୟାଳୟ ର ର  ସମସ୍ତ ଛାତ୍ରଛାତ୍ରୀ,ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ  କୁ ସଫଳ କରିଥିଲେ।

error: Content is protected !!