ବିୟୁରୋ ରିପୋର୍ଟ
ଚାନ୍ଦପୁର ଅଞ୍ଚଳର ଅଗ୍ରଣୀ ଯୁବକ ମାନଙ୍କୁ ନେଇ ଗଠିତ ହୋଇଥିବା ସ୍ୱଛାସେବୀ ସଂଗଠନ WANG’S-2 ପକ୍ଷରୁ ରକ୍ତଦାନ ଶିବିର ଚାନ୍ଦପୁର ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ୧୩୫ ୟୁନିଟରକ୍ତ ସଂଗ୍ରହ କରାଯାଇଥିଲା । ଆୟୋଜକ କ୍ଲବର ସଭାପତି ଭୀଷ୍ମ ନାରାୟଣ ମହାପାତ୍ର ଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ ।
ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ , ରଣପୁର ପୂର୍ବତନ ବିଧାୟିକା ତଥା ପୂର୍ବତନ ସମବାୟ ରାଷ୍ଟ୍ରମନ୍ତ୍ରୀ ସୁରମା ପାଢ଼ୀ , ପୂର୍ବତନ ଖୋର୍ଧା ଜିଲ୍ଲା ପରିଷଦ ସଭାପତି ରାମଚନ୍ଦ୍ର ମହାପାତ୍ର , ରଣପୁର ବ୍ଲକ ଉପାଧ୍ୟକ ପ୍ରଭାତ ଦଳବେହେରା , ସମାଜସେବୀ – କଳ୍ପନା ମହାପାତ୍ର , ଚାନ୍ଦପୁର ସରପଞ୍ଚ ରଞ୍ଜିତା ସେନାପତି , ଚାନ୍ଦପୁର ସମିତି ସଭ୍ୟା ଦୀପ୍ତିମୟୀ ବେହେରା , ସମାଜସେବୀ ଡାକ୍ତର ସନ୍ତୋଷ ଦାମୋଦର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତ ସଂଗ୍ରହ କରିବାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଟିମ୍ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।
More Stories
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।
ବୃଦ୍ଧା ମହିଳାଙ୍କ ଘରପୋଡି ପାଉଁଶ, ସରକାରି ସହାୟତା ପାଇଁ ଗୁହାରି l