କେନ୍ଦୁଝର -ତେଲକୋଇ ବ୍ଲକ
ରିପୋର୍ଟର- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା (ଆମ ଓଡିଶା ଖବର )ତେଲକୋଇ ଥାନା ଅଧିନ ଦୋବଲାପାଳ ଗ୍ରାମ ଜନକନାଳି ଠାରେ ଥିବା ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶଵ ଉଦ୍ଧାର ହୋଇଛି,ମୃତ ବ୍ୟକ୍ତିଙ୍କ ଶଵ ପୋଖରୀ ହୁଡ଼ାରେ ଥିବା ଏକ ଗଛରେ ଝୁଲନ୍ତା ଅବସ୍ଥାରେ ରହିଛି ପାଣି ରେ ଅଧା ବୁଡି ରହିଥିବା ଦେଖିବାକୁ ମିଳିଥିବା ବେଳେ ପୋଖରୀ ହୁଡାରେ ଏକ ପର୍ସ, ଆଧାର କାର୍ଡ, ମୋବାଇଲ ରଖା ଯାଇଥିବା ଦେଖିବାକୁ ମିଳିଛି, ଆଧାର କାର୍ଡ ଟି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା, ବୁଢାପଙ୍କ ଗାଁ ର ରବି ମୁଣ୍ଡା ଙ୍କ ପୁଅ ଗୋବିନ୍ଦ ମୁଣ୍ଡା ଙ୍କର ବୋଲି ଜଣାପଡିଛି, ଆଧାର ପରିଚୟ ପତ୍ର ଅନୁଯାୟୀ ମୃତ ବ୍ୟକ୍ତି ଜଣକ ଗୋବିନ୍ଦ ମୁଣ୍ଡା ହୋଇଥିବା ଅନୁମାନ କରାଯାଉଛି, ତେଲକୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।



More Stories
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.
The auditor of the Director of Education’s office was arrested by vigilance