ଦୀର୍ଘ ଦିନ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାୟଗଡା ଜିଲା ପଦ୍ମପୁର ରେ ପ୍ରବଳ ବର୍ଷା।ପଦ୍ମପୁର ଅସାରାଏ ବର୍ଷାରେ ଫଳ ରେ ଚାରି ଆଡ଼େ ଏବେ ନାଳ ନର୍ଦମା ଭରା।ଦୀର୍ଘ ମାସ ହେଲା ସଫେଇ ନ ହେବା ଫଳରେ ରାସ୍ତା ଉପରେ ଚାଲିଛି ନାଳ ପାଣି,ନୂଆସାହି,ମାର୍କାମା ସାହି,ଇନ୍ଦିରା ନଗର ଉଭୟ ସାହି କେବଳ ପଦ୍ମପୁର ନୁହଁ ଝୁମୁରୁ ଗୁଡ଼ା,ମେଡ଼ିକାଲ ରୋଡ, ଉପର ସାହି ତଳ ସାହି ,ମୁଖ୍ୟ ବଜାରବଦସହି ରୋଡ,ଜେନା କଲେନି,ବ୍ଲକ କଲେନି ବ୍ୟାଙ୍କ୍ ସାହି ନିକଟରେ ଡ୍ରେନ ପାଣି ରାସ୍ତା ଉପରେ ଚାଲୁଛି।

ଆଜି ଅଧା ଘଣ୍ଟା ବର୍ଷା ହେବା ଫଳରେ ପାଣି ଏପରି ଚାଲିଛି।ଚାରି ଆଡେ଼ ଏବେ ପଦ୍ମପୁର ରେ ଏକ ପ୍ରକାର ଗନ୍ଧ ମୟ ପରିବେଶ ଦେଖିବାକୁ ମିଳିଛି
ଏବେ ଆସିଲା ବର୍ଷା ଦିନ।ବର୍ଷା ଦିନ ଆସିବା ପୂର୍ବରୁ ନାଳ ଗୁଡ଼ିକ ସଫେଇ ହେବା କଥା କିନ୍ତୁ ଚଳିତ ବର୍ଷ ପଞ୍ଚାୟତ କୁ ଟଙ୍କା ନ ଆସିବାରୁ ସଫେଇ ହୋଇ ନଥିବା ପଞ୍ଚାୟତ ତରଫରୁ କୁହାଯାଉଛି ।

ଏପଟେ ସନ୍ଦ୍ୟା ହେଲେ ଚାରି ଆଡ଼େ ମଶା ମାଛି ବଂଶ ମଧ୍ୟ ବୃଦ୍ଧି ପାଇବା ରେ ଲାଗିଛନ୍ତି। ଫଳ ରେ ଏରିଆ ରେ ଡେଙ୍ଗୁ,ମ୍ୟାଲେରିଆ ପରି ମାରତ୍ମାକ ରୋଗ ହେବାର ଆଶଙ୍କା କରାଯାଉଛି।ମଶା ଧୁଆଁ ଗାଡ଼ି ବି ଆଉଦିର୍ଘ ୩ବର୍ଷା ହେଲା ଦେଖା ମିଳୁନି।ବେଳେ ଦେଖି ସଜାଗ ହୁଅ ନହେଲେ ଆଗକୁ ଯେମିତି ଘରେ ଘରେ ରୋଗ ନ ଆସୁ।ଏଣୁ ପଦ୍ମପୁର ପଞ୍ଚାୟତ ର ସମସ୍ତ ସାହି ଗଳି କନ୍ଦି ଡ୍ରେନ ଗୁଡ଼ିକ ସଫେଇ ହେବା ପାଇଁ ସାଧାରଣ ରେ ଦାବି ଦେଉଛି।


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l