ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
କନ୍ଧମାଳ:କନ୍ଧମାଳ ଜିଲ୍ଲାର ତୁମଡ଼ିବନ୍ଧ ବ୍ଲକ ବେଲଘର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ନାମରେ ଥାନାରେ ଲିଖିତ ଏତଲା ଦେଇଛନ୍ତି ବେଲଘର ଗ୍ରାମର ବାନାମ୍ବର ନାୟକ ।ସୂଚନା ମୁତାବକ ଅଭିଯୋଗ କରିଛନ୍ତି ଯେ ବେଲଘର ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରାଧାରାଣୀ ଦଳେଇ ଆବାସିକ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ମାଧ୍ୟମରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ବିଷୟ ସ୍କୁଲ ଅଭିଭାବକ/ଅଭିଭାବିକା ଓ ଅଞ୍ଚଳର ଭଦ୍ରବ୍ୟକ୍ତି ମିଳିତ ଭାବେ ବାରମ୍ବାର କହିବା ସ୍ୱତେ ମଧ୍ୟ ସେ ନିଜର ବ୍ୟବହାରରେ ଅଟଳ ରହିଛନ୍ତି । କିଛି ଦିନ ପୂର୍ବରୁ ଜଣେ ଷଷ୍ଠ ଶ୍ରେଣୀର ଅନ୍ତେବାସୀ ଛାତ୍ର କେଉଁ କାରଣ ଭୋର 3ଟା ସମୟରେ ପ୍ରଚେରୀ ଡେଇଁ ରାସ୍ତାକୁ ଆସିଥିବା ଦେଖି ବାନାମ୍ବର ନାୟକ ସେହି ଛାତ୍ରକୁ ସ୍କୁଲର ଜଣେ ଶିକ୍ଷକଙ୍କୁ ଡାକି ହସ୍ତାନ୍ତର କରିଥିଲେ । ପରେ ଏ ସମ୍ପର୍କରେ 5T ମୋ ସ୍କୁଲ କମିଟି ସଭାପତି ଭାବେ ବାନାମ୍ବର ନାୟକ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କହିଥିଲେ କିନ୍ତୁ ବାନାମ୍ବରନାୟକଙ୍କୁ ମଧ୍ୟ ସେ ଅସମ୍ମାନ କରି ଦୁର୍ବ୍ୟବହାର ଓ ଅଶୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ମୋ ସହିତ ଲାଗିଲେ ମୁଁ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା କହିଛନ୍ତି ଅଭିଯୋଗ କାରୀ ।ଜିଲ୍ଲା ପ୍ରଶାସନ ନିକଟକୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ବାନାମ୍ବବର ନାୟକ ଯେ ତୁରନ୍ତ ଏହି ବିଷୟର ବିଭାଗୀୟ ଅଧିକାରୀ ତଦନ୍ତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ବୋଲି ଅନୁରୋଧ କରି ଛନ୍ତି ଶ୍ରୀ ନାୟକ


More Stories
ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ l
ଜଟଣୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ସାଂସ୍କୃତିକ ପାଠଚକ୍ର ।
ପୁର୍ବତଟ, ଲୋକ ପ୍ରିୟ ରେଳ କର୍ମଚାରୀଙ୍କ ଅକାଳ ବିୟୋଗ।