ରିପୋର୍ଟ :-ଜଗନ୍ନାଥ ମହାନ୍ତ
କେନ୍ଦ୍ର ଓ ରାଜ୍ୟ ସରକାର ଗରୀବଙ୍କ ପାଇଁ ଅନେକ ଯୋଜନା ନିର୍ମାଣ କରିଥିବାବେଳେ ସେଥି ମଧ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନ ଅନ୍ୟତମ, ଏହି ଯୋଜନା ମାଧ୍ୟମରେ 2023 ମସିହା ସୁଦ୍ଧା ପ୍ରତେକ ଗରୀବ ଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଘର ଯୋଗେଇଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ହେଲେ ବାସ୍ତବ ଚିତ୍ର ଓଲଟା ପରିଲକ୍ଷିତ ଦେଖିବାକୁ ମିଳୁଛି, | କେନ୍ଦୁଝର ଜିଲ୍ଲା, ତେଲକୋଇ ବ୍ଲକ ଅନ୍ତର୍ଗତ ସିରିଗିଡା ପଞ୍ଚାୟତ କୁଣ୍ଡେଇହତା ଗ୍ରାମର ଶମ୍ବୁ ପୂର୍ତ୍ତି ଙ୍କ ବାସ ଭବନରେ ଶମ୍ବୁ ଜଣେ ଦିନ ମୁଜୁରୁଆ ହୋଇ ଥିବା ବେଳେ ଏବେ ଗ୍ରାମର ଗୋରୁ ଚରାଇ ପରିବାର ପ୍ରତିପୋଷଣ କରୁଛନ୍ତି ରହିବା ପାଇଁ ଭଲଭାବରେ ବାସ ଗୃହ ଖଣ୍ଡେ ନଥିବା ବେଳେ ମାଟି ଘର ସମ୍ପୂର୍ଣ ଭାଙ୍ଗି ଯାଇଛି | ଚଳିତ 2023 ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚୟନ ସମ୍ଭାବ୍ୟ ତାଲିକା ପ୍ରକାଶ ପାଇଥିବା ବେଳେ ଅନେକ ଗରୀବ ହିତାଧିକାରୀ ବାଦ ପଡିଯାଇଛନ୍ତି, ଏଥିପ୍ରତି ସରକାର ହେଉ ଅବା ପ୍ରଶାସନ ଙ୍କ ଆକ୍ରୋଶ ମନଭାବ ଜଳ ଜଳ ହୋଇ ଦେଖାଯାଉଛି, ଶତାଧିକ ଯୋଗ୍ୟ ହିତାଧିକାରୀ ଏବେ ଅଭିଶପ୍ତ ଭାବରେ ଜୀବନ ଜାପାନ କରୁଛନ୍ତି, କାହାର ଘର ଭାଙ୍ଗି ଯାଇଛି ତ କାହାର ଘର କାନ୍ଥ ଭାଙ୍ଗି ବିପନ୍ନ ଅବସ୍ଥା ରେ ରହିଛି କିଏ ଦଦରା କୁଡ଼ିଆ ଭିତରେ ରହିଛି ତ ପୁଣି କିଏ କଞ୍ଚା ମାଟି କୁଡ଼ିଆର ଗୋଟାଏ କୋଠରୀରେ ଚାରି କୁଟୁମ୍ବ ଙ୍କ ଜୀବନ ବିତୁଛି, ଏପରି ଅନେକ ପରିବାର ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି | ତେବେ ଏପରି ଲୋକଙ୍କୁ ଚି଼ହ୍ନଟ କରିବା ଓ ଯୋଜନାରେ ପ୍ରାଥମିକତା ଦେବା ବ୍ୟବସ୍ଥା ଥିଲେ ହେ ଯୋଗ୍ୟ ହିତାଧିକାରୀ ତାର ଘର ଖଣ୍ଡିକ ପାଇବାରୁ ବଞ୍ଚିତ, ଅନେକ ଗ୍ରାମରେ ଲୋକେ ଦୋଦୁଲ୍ୟ ମାନ ସ୍ଥିତିରେ ରହୁଥିବା ବେଳେ ଏମାନଙ୍କୁ ଯୁଦ୍ଧକାଳୀନ ଭିତ୍ତି ରେ ବିକଳ୍ପ ବ୍ୟବସ୍ଥା ପଶାସନ ପକ୍ଷରୁ ଗ୍ରହଣ କରି ଆବାସ ଯୋଜନା ଯୋଗେଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ର ବିଷୟ ହୋଇ ପଡିଛି |


More Stories
ଖୋର୍ଦ୍ଧା ଜିଲ୍ଲା ଦୁର୍ନୀତି ନିବାରଣ ସଚେତନତା ସମାରୋହ ।
ଖିମଜି ସୁନାରୂଣ ନୂତନ ଶାଖା ଶୁଭାରମ୍ଭ l
RAYAGADA RAINFALL REPORT: 3-10-2025