ରିପୋର୍ଟ :ଫିଲିପ କୁମାର ଦିଗାଲ
ବାଲିଗୁଡ଼ା: ଦୁଇଜଣ ଅପହୃତାଙ୍କୁ ଉଦ୍ଧାର କରିବା ସହ ୧୦ ଜଣ ଅପହରଣକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ୍ । ଏଥିସହିତ ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଓ ଗୋଟିଏ ଇନୋଭା କାର୍ କୁ ମଧ୍ୟ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲ୍ ଘଟଣା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ବାଲିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବୁଡାଗୁଡ଼ା ଛକରୁ ଫିଲ୍ମ ଷ୍ଟାଇଲରେ ଦୁଇଟି ଗାଡ଼ିରେ ଆସି ଜନ ଗହଳି ପୂର୍ଣ୍ଣ ସ୍ଥାନରୁ ଦୁଇଜଣ ମାଂସ ବ୍ୟବସାୟୀଙ୍କୁ ଅପହରଣ କରିନେଇଥିଲେ ଅପହରଣକାରୀ । ଏହା ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା ।

ବାଲିଗୁଡ଼ା ଏସଡିପିଓ ୟସ୍ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶକ୍ରମେ ପାଞ୍ଚୋଟି ଥାନା ଅଧିକାରୀ ସ୍ବତନ୍ତ୍ର ଟିମ୍ ଗଠନ କରି ପାଞ୍ଚୋଟି ସ୍ଥାନରେ ନାକା କରି ଅପହରଣକାରୀଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୋଲିସ୍ । ଅପହରଣରେ ବ୍ୟବହୃତ ଗୋଟିଏ ବୋଲେରୋ ଗାଡ଼ିକୁ ପ୍ରଥମେ କ.ନୁଆଗାଁ ଥାନା ଅଞ୍ଚଳରୁ ପୋଲିସ୍ କାବୁ କରିଥିବା ବେଳେ ଅଧା ରାସ୍ତାରେ କୌଣସି ପ୍ରକାରେ ଦୁଇ ଅପହୃତା ଇନୋଭା କାର୍ ରୁ ଡେଇଁ ପଡ଼ିଥିଲା । ପିଛା କରୁଥିବା ପୋଲିସ୍ ଉଭୟଙ୍କୁ ଉଦ୍ଧାର କରିବା ସହ ରାଇକିଆ ନିକଟରେ ଇନୋଭା କାର୍ ସହ ଅପହରଣକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍। ଉଦ୍ଧାର ହୋଇଥିବା ଦୁଇ ଅପହୃତା ବାଲିଗୁଡ଼ା ହାଟପଦା ସାହିର ମାଂସ ବ୍ୟବସାୟୀ ପଣ୍ଡିତ ମାଝୀ ଓ ହେମନ୍ତ ଗଣ୍ଡା ହୋଇଥିବା ବେଳେ ଏଯାବତ୍ ଅପହରଣର ପ୍ରକୃତ କାରଣ ଜଣାପଡ଼ିନାହିଁ । ସେପଟେ ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ହୋଇଥିବା ପୋଲିସ୍ ପକ୍ଷରୁ ସୁଚନା ।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.