ରିପୋର୍ଟ :ଦେବାଶିଷ
ବେଗୁନିଆପଡା,(ଆମ ଓଡ଼ିଶା ଖବର):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଵୁରିଝୁରି ସ୍ଥିତ ନବଘନ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ନାମ ଲେଖା ପାଈଁ ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ଅନୁମୋଦନ ମିଳିଛି | ଗଣଶିକ୍ଷା ବିଭାଗ ନିର୍ଧେଶାଳୟ ଚିଠି ନମ୍ବର 7272/24 ଅନୁସାରେ ଏହି ବିଦ୍ୟାଳୟରେ 128 ସିଟ ବିଶିଷ୍ଠ ଯୁକ୍ତ ଦୁଇ ବିଜ୍ଞାନ ନାମଲେଖା ପାଈଁ ସ୍ୱୀକୃତି ମିଳିଛି | ଯାହା ଫଳରେ ଫିଜିକ୍ସ,କେମିଷ୍ଟ୍ରି,ଗଣିତ, ଜିଓଗ୍ରାଫି,କମ୍ପୁଟର ସାଇନ୍ସ ଓ ଆଇ.ଟି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି | ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ବିଦ୍ୟାଳୟ କର୍ତୃପକ୍ଷ | ଏହି ବିଦ୍ୟାଳୟର ପ୍ରତିଷ୍ଠାତା ତ୍ରିନାଥ ନାହାକଙ୍କ ବଳିଷ୍ଠ ଅବଦାନରେ ଦିନକୁ ଦିନ ବିଦ୍ୟାଳୟର ଫଳାଫଳ ଉଚ୍ଚ କୋଟିର ହେବା ସହ ଏକ ପାଠ ଉପଯୋଗୀ ବାତାବରଣ ତିଆରି ହୋଇ ପାରିଛି | ବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଖୋଲିବା ପରେ ଅଞ୍ଚଳର ଛାତ୍ର ଛାତ୍ରୀ, ଅଭିଭାବକଙ୍କ ମହଲରେ ଆନନ୍ଦ ପରିଲିକ୍ଷିତ ହୋଇଛି | ପୂର୍ବରୁ ଯୁକ୍ତ ଦୁଇ କଳା ଏଵଂ ଯୁକ୍ତ ତିନି କଳା ପାଠ୍ୟକ୍ରମ ପାଈଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ମିଳିବା ପରେ ବର୍ତମାନ ଯୁକ୍ତ ଦୁଇ ପାଠ୍ୟକ୍ରମରେ ବିଜ୍ଞାନ ନାମ ଲେଖା ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସଚିବ ଙ୍କ ସମେତ ଗଣଶିକ୍ଷା ବିଭାଗର କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ନାହାକ |
More Stories
ସୋରଡ଼ା ବରାଡି ଠାରେ ବାଇକ୍ ଦୁର୍ଘଟଣା , ଦୁଇ ଆହତ ।
ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରାରମ୍ଭିକ ବର୍ଗ ଅନୁଷ୍ଠିତ l
ବରଗାଁ ମଣ୍ଡଳର ସାଧାରଣ ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା l