ଅବକାରୀ ବିଭାଗର ନୀରବତା ନେଇ ପ୍ରଶ୍ନ l
ରିପୋର୍ଟ :ରାକେଶ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ବିଭିନ୍ନ ସ୍ଥାନରେ ଖୁଲମ ଖୁଲା ଦେଶୀ ମଦ ତିଆରି ଚାଲିଥିବା ବେଳେ ବେଧଡକ ବିକ୍ରୀ ହେଉଛି । କିନ୍ତୁ ସବୁ ଦେଖି ନିରବ ଅବକାରୀ ବିଭାଗ । ରାସ୍ତା କଡ ପାଲଟୁଛି ମୁଖ୍ୟ ମଦ ବିକ୍ରିର ଆଡାସ୍ଥଳ । ସବୁ ଦେଖି ଆଖି ବନ୍ଦ କରିଦେଇଛି ପ୍ରଶାସନ । ଚିକିଟିରେ ବିଷାକ୍ତ ମଦ ପିଇ ୨୦ ଜଣ ଗୁରୁତର ଓ ଜଣକ ମୃତ୍ୟୁ ପରେ ଖଲ୍ଲିକୋଟ ଅଞ୍ଚଳରେ ଚୋରାଦେଶୀ ମଦ ଭାଟି ବନ୍ଦ କରିବାକୁ ସ୍ତାନୀୟ ଲୋକଙ୍କ ଦାବି | ବେଆଇନ ମଦ କାରବାରର ଭୂସ୍ୱର୍ଗ ପାଲଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଂଚଳ । ଖଲ୍ଲିକୋଟ ଥାନା ଅଧିନ ବାଦପଲ୍ଲୀ ,ଡିମିରିଆ,ବାଣିଆ ଓ ଚିକିଲି ପଂଚାୟତରେ ନିୟମିତ ରନ୍ଧା ହେଉଛି ବ୍ୟାରେଲ ବ୍ୟାରେଲ ବେଆଇନ ଦେଶୀ ମଦ । ଏହି ପଂଚୟତ ମାନଙ୍କରେ ବସବାସ କରୁଥିବା ଆଦିବାସୀ ମାନେ ଏହି ଚୋରା ଦେଶୀ ମଦ ବ୍ୟବସାୟ କରିଥାନ୍ତି । ତେବେ ଏହି ମଦ ବ୍ୟବସାୟ କୌଣସି ଉପାନ୍ତ ଇଲାକା କି କୌଣସି ପାହାଡିଆ ଅଂଚଳର ନୁହେଁ ଏହି ମଦ କାରବାର ଖୁଲମ ଖୁଲା ରାସ୍ତା କଡରେ ବିକ୍ରି ହେଉଛି । ବିଭିନ୍ନ ମୁଖ୍ୟ ରାସ୍ତାରେ ଦିନ ରାତି ଏହି ବ୍ୟବସାୟ ହେଉଥିବା ବେଳେ ସେହି ରାସ୍ତା ଦେଇ ବିଭିନ୍ନ ସମୟରେ ପୋଲିସ , ଅବକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନ ଯିବା ଆସିବା କରୁଥିବା ବେଳେ ନିରବ ଦ୍ରଷ୍ଟା ସାଜିଛନ୍ତି । ସେପଟେ ସରକାରଙ୍କ ରାଜସ୍ୱ ହାନୀ ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ ନାମକୁ ମାତ୍ର କିଛି ନିରିହ ଲୋକଙ୍କୁ ଧରି କୋର୍ଟ ଚାଲଣ କରୁଛି । କିନ୍ତୁ ମଦ ବ୍ୟବସାୟ କରୁଥିବା ଲୋକ ମାନଙ୍କୁ ଧରିବାରେ ଗୁରୁତ୍ୱ ଦଉନି ପୋଲିସ । ସେପଟେ ଖଲ୍ଲିକୋଟ ଅଂଚଳର ଏହି ସବୁ ଜାଗାରୁ ଚୋରା ଦେଶୀ ମଦ ବେଗୁନିଆପଡା ଅଞ୍ଚଳ ସମେତ ଖୋର୍ଦ୍ଧା,ପୁରୀ ଓ ଗଞ୍ଜାମ ର ବିଭିନ୍ନ ଜାଗାକୁ ପଠାଇଥାନ୍ତି । ଜିଲ୍ଲା ଅବକାରୀ ବିଭାଗର ସୂଚନା ଅନୁଯାୟୀ ୨୦୨୩ ମସିହାରେ ୪୩୨ କେସ ଖଲ୍ଲିକୋଟ ଅଂଚଳରେ ହୋଇଥିବା ବେଳେ ୩୯୬ ଜଣଙ୍କୁ ଗିରଫ କରିଥିବା କହିଛନ୍ତି । ତେବେ ଅବକାରୀ ବିଭାଗ କେବଳ ମଦ ପରିବହନ ସମୟରେ ଚଢାଉ କରୁଥିବା ବେଳେ ମଦ ଭାଟିରେ ଚଢାଉ କରି ମଦ ଭାଟି ବନ୍ଦ କରି ପାରୁନି । ଅନ୍ୟପଟେ ବେଗୁନିଆପଡା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଚୋରା ଦେଶୀ ଚାଲାଣ ହେଉଥିବା ଖବର ମିଳୁଥିବା ବେଳେ ଚିକିଟି ଭଳି ପରିସ୍ଥିତି ସୃଷ୍ଟି ହେଲେ କୁଆଡେ ପ୍ରଶାସନର ଚେତା ପଶିବ ବୋଲି ସାଧାରଣରେ ଆଲୋଚନା ହେଉଛି | ଏହା ସହ ରାତିରେ ବିଭିନ୍ନ ବାଇକ, ଅଟୋ ଏଵଂ ଚାରି ଚକିଆ ଯାନରେ ବସ୍ତା ବସ୍ତା ଚୋରା ମଦ ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଓ ଥାନା ପକ୍ଷରୁ ପେଟ୍ରୋଲିଙ୍ଗ କଡାକଡ଼ି କରିବାକୁ ଦାବି ହୋଇଛି |
More Stories
ନିଷ୍ପାପ ଶିଶୁକୁ କର୍କଟ ବେଡି
କୋଦଳା ମେଡିକାଲ ପରିସରରେ ସାମ୍ବାଦିକ ସଂଘ ଗଠିତ l
ବେଗୁନିଆପଡା ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ