ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତିଯୋଗିତା । ଫାଇନାଲ ରେ ଟିଟିଲାଗଡ ରାଇଡର୍ସ ।

ଧର୍ମଗଡ ( ଆମ ଓଡ଼ିଶା ଖବର) ଧର୍ମଗଡ଼ ବ୍ଲକ୍ ବେହେରା ହାଇସ୍କୁଲ ପଡ଼ିଆରେ ଚାଲିଥିବା ୨୮ତମ ଦଣ୍ଡପାଟ ଚାମ୍ପିଅନ ଟ୍ରଫି କ୍ରିକେଟ ପ୍ରତି ଯୋଗୀତ ର ପ୍ରଥମ ସେମି ଫାଇନାଲ ମ୍ୟାଚରେ ଟିକିରି ଏକାଦଶ କୁ ହରାଇ ଟିଟିଲାଗଡ଼ ରାଇଡର୍ସ ଫାଇନାଲ ରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଟିକିରି ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୫ ଓଭର ରେ ସମସ୍ତ ୱିକେଟ ହରାଇ ୧୧୬ କରିଥିଲା । ୧୧୭ ରନ ର ଟାର୍ଗେଟ କୁ ପିଛା କରି  ଟିଟିଲାଗଡ ରାଇଡର୍ସ ୧୦ ଓଭର ରେ ୪ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି  ବିଜୟୀ ହୋଇଥିଲା । ବିଜୟୀ ଦଳର ଅଜୁ କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଘୋଷଣା କରାଯାଇଥିଲା । ଆଜିର ପ୍ରଥମ ସେମୀ ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଜୋନ ୧ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେହେରା ରାଜସ୍ବ ନିରୀକ୍ଷକ ଜିତେନ୍ଦ୍ର ନାଏକ,ହେମନ୍ତ କୁମାର ନାଏକ, ବଳରାମ ପୁଝାରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅମ୍ପାୟର ଭାବେ ବବ୍ଲୁ ଅଗ୍ରୱାଲ ,ଅଜୟ ପଣ୍ଡା ଖେଲ ପରିଚାଳନା କରିଥିବା ବେଳେ  ସ୍କୋକର ନିକୁଞ୍ଜ ସାହୁ, ଭାସ୍ୟକାର୍ ଭାବେ କ୍ଷୀର ବାଗ, ଜୟନ୍ତ ବାରିକ,ହୃଷୀକେଶ ଦୁର୍ଗା ଦାୟିତ୍ଵ ସମ୍ଭାଳି ଥିଲେ । ଆୟୋଜକ କମିଟି ସଭାପତି  ମଣ୍ଟୁ ଅଗ୍ରୱାଲ, ସମ୍ପାଦକ ଭବେସ ଗଇନ୍ତା, ସଦସ୍ୟ ପିଣ୍ଟୁ ତିୱାରୀ, ପିଚ୍ କ୍ୟୁରେଟର ରଜନୀ କାନ୍ତ ନାଏକ, ବିନ୍ଦୁ ବିଶି, ବାଲ ବିଶି, ଲଳିତ ବାଣୁଆ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!