ରିପୋର୍ଟ :ଦେବାଶିଷ ମହାରଣା
ବେଗୁନିଆପଡା, (ଆମ ଓଡିଶା ଖବର):ବେଗୁନିଆପଡା ବ୍ଲକ ଅନ୍ତର୍ଗତ ନୁଆଁଗାଁ ଠାରେ ରାଧାକ୍ରିଷ୍ଣା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏନପିଏଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି | ନୁଆଁଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ରାଧାକ୍ରିଷ୍ଣା କ୍ରିକେଟ ଗ୍ରାଉଣ୍ଡରେ ଆୟୋଜିତ ଏହି ଟୁର୍ନାମେଣ୍ଟକୁ ନବଘନ ନାୟକ ଡିଗ୍ରୀ କଲେଜର ପ୍ରତିଷ୍ଠାତା ଶ୍ରୀ ତ୍ରିନାଥ ନାହାକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ | କ୍ରିକେଟ ଖେଳରେ ପଞ୍ଚାୟତ ସ୍ତରରେ ଅନେକ କୁନି କୁନି ପ୍ରତିଭା ଲୁଚି ରହିଥିବା ବେଳେ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ ଶ୍ରୀ ନାହାକ | ଏହା ସହ ଆଗାମୀ ଦିନରେ ପଞ୍ଚାୟତରେ ଏକ ମିନି ଷ୍ଟାଡିଅମ କରାଯିବା ନେଇ ଉଦ୍ୟମ କରାଯିବା ସହ ଏ ନେଇ ସ୍ଥାନୀୟ ନେତୃମଣ୍ଡଳୀଙ୍କ ସହଯୋଗ ମାଗିଥିଲେ ଉପସ୍ଥିତ ଅତିଥି | ସନମାନିତ ଅତିଥି ଭାବେ ଧନେଶ୍ୱର ନାୟକ ଓ ନୀଳାଞ୍ଚଳ ସାହୁ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ | ଏହି ଟୁର୍ନାମେଣ୍ଟରେ ସ୍ଥାନୀୟ ପଞ୍ଚାୟତର ଚାରୋଟି ଦଳ ଭାଗ ନେଇଥିଲା ବେଳେ ଏପ୍ରିଲ ଏକ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ | ଆଜିର ମ୍ୟାଚରେ ସ୍କୋରର ଭାବେ ଚନ୍ଦନ ନାୟକ, ଅମ୍ପାୟାର ଭାବେ ଦୀପକ ଜେନା, ପପୁନା ନାୟକ ମ୍ୟାଚ ପରିଚାଳନା କରିଥିଲେ | ସୁଶାନ୍ତ ସାମଲ, ଚନ୍ଦନ ରାଉତ, ଦେବାଶିଷ ନାୟକ, କରୁଣାକର ବିଶ୍ୱାଳ, ବିନାୟକ ସାହୁ,ଶଙ୍କର ନାହାକ, ପିଣ୍ଟୁ ବିଶ୍ୱାଳ, ନରେନ୍ଦ୍ର ଜେନା ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ | ତେବେ ପଞ୍ଚାୟତ ସ୍ତରରେ ଖେଳକୁ ନେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି କ୍ରୀଡା ପ୍ରେମୀ |
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ