ଗଞ୍ଜାମ : (ଆମ ଓଡ଼ିଶା ଖବର )ଆସ୍କା ରୋଡ ପାଲଟିଛି ମରଣଯନ୍ତା, ପ୍ରତିଦିନ ଦୁର୍ଘଟଣାର ଶୀକାର ହୋଇ ଧନ ଜୀବନ ନଷ୍ଟ ହେଉଛି । ରୋଡରେ ଡିଭାଇଡର ନଥିବାରୁ ଅସୁରକ୍ଷିତ ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଠାରୁ ଆସିକା ମୁଖ୍ୟ ରାସ୍ତା । ଆଙ୍କୁଶପୁର ପୂର୍ବତନ ସମିତିସଭ୍ୟ ଟୁକୁନା ପାଣିଗ୍ରାହୀଙ୍କ ଦ୍ଵିତୀୟ ଭାଇ ଭଗବାନ ପାଣିଗ୍ରାହୀ (୪୨) ଗତ ରାତିରେ ନିଜ ସ୍ତ୍ରୀ ମନିଷା ପାଢ଼ି ଓ ପୁଅ କୁ ନେଇ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ବୁଲିବାକୁ ଯାଇଥିଲେ । ବିଳମ୍ବିତ ରାତ୍ରୀରେ ଯାତ୍ରା ଦେଖି ଫେରିଲା ବେଳକୁ ଅଜଣା ଗାଡ଼ି ଦୁର୍ଘଟଣାରେ ଭଗବାନ ପାଣିଗ୍ରାହୀଙ୍କ ବାଇକ୍ (OR07M8076) ଭାରସାମ୍ୟ ହରାଇ ରୋଡ ତଳକୁ ଖସିପଡ଼ିଥିଲା ଓ ସେ ଗୁରୁତର ଭାବରେ ଆହତ ହୋଇଥିଲେ । ତାଙ୍କରି ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା , ସ୍ତ୍ରୀ ମନିଷା ପଢ଼ି ଘଟଣା ସ୍ଥଳରେ ଆହାତ ହୋଇ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଓ ୫ବର୍ଷର ପୁଅର ହାତ ଓ ବେକରେ ଆଘାତ ଲାଗିଥିଲା । ବିଳମ୍ବିତ ରାତ୍ରୀରେ ଅଘଟଣ ହୋଇଥିବାରୁ ବିଳମ୍ବରେ ଖବର ପାଇଥିଲେ ଘରଲୋକେ । ଖବର ପାଇବାପରେ ଘରଲୋକେ ଅଟୋ ଯୋଗେ ଭଗବାନଙ୍କୁ ଗୁରୁତର ଅବସ୍ଥାରେ MKCG ମେଡିକାଲ ରେ ଭର୍ତି କରାଇଥିଲେ, ଚିକିତ୍ସାଧିନ ଅବସ୍ଥାରେ ତାଙ୍କରି ମୃତ୍ୟୁ ହୋଇଥିଲା ଓ ଡ଼କ୍ଟର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଦୁଃଖଦ ଖବର ପାଇ ପରିବାର ଲୋକେ ଭାଙ୍ଗିପଡିଥିଲେ । ଦୁର୍ଘଟଣା ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପରିବାର ଲୋକେ ତଦନ୍ତ ପାଇଁ ସଦରଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଘରଲୋକଙ୍କୁ ମୃତ ଶରୀର ପ୍ରଦାନ କରାଯିବ । ଏହି ଖବର ପାଇ ସାରା ଗ୍ରାମରେ ସୋକୋରେ ଛାୟା ଖେଳିଯାଇଛି । ସ୍ଥାନୀୟ ବାସୀଙ୍କ ଦାବି ତୁରନ୍ତ ରୋଡରେ ଡିଭାଇଡର୍ ନିର୍ମାଣ କରାଯାଉ ନଚେତ ଏହିପରି ଅନେକ ଦୁର୍ଘଟଣାରେ ଧନ ଜୀବନ ଚାଲିଯାଇ କେତେଯେ ସଂସାର ଉଜୁଡ଼ିଯିବ । ଯଦି ଏହାର ପ୍ରତିକାର ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ଅଞ୍ଚଳ ବାସି ।
କୁକୁଡ଼ାଖଣ୍ଡି ରୁ ଜି. ରବିନଙ୍କ ରିପୋର୍ଟ ଆମ ଓଡ଼ିଶା ଖବର
More Stories
ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍ ଟ୍ୟାଗ୍ ପାସ୍ ବଦଳିବ।
ଏନ୍.ସି.ସିର ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ।
ମା ଠାକୁରାଣୀ ବୁଡ଼ ଯାତ୍ରା ଉପଲକ୍ଷେ କନିଆରୀବାଡ଼ି ଗ୍ରାମରେ ରାମାୟଣ ନାଟକ ମଞ୍ଚସ୍ଥ