ଗଞ୍ଜାମ: କବିସୂର୍ଯ୍ୟନଗର (ଆମ ଓଡିଶା ଖବର)ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀସ ପ୍ରଭୁପ୍ରୀତ୍ ଭବନରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସୁଦୂର ଗୁଜୁରାଟ ପ୍ରଦେଶର ସୁରଟ ସହରରୁ ବରିଷ୍ଠ ରାଜଯୋଗିନୀ ବ୍ରହ୍ମାକୁମାରୀ ଧର୍ମିଷ୍ଠା ଭଉଣୀ ଏବଂ ତାଙ୍କର ସହଯୋଗୀ ତିନି ଭଉଣୀ ଆମ୍ଭ ପ୍ରଭୂପ୍ରୀତ ଭବନରେ ସ୍ନେହ ମିଳନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।ସଂକ୍ରାନ୍ତି ଯୋଗ ଭଟ୍ଟି ଅବସରରେ ଏକତ୍ରିତ ସମସ୍ତ ବ୍ରହ୍ମା ବତ୍ସ ଙ୍କୁ ଧାରଣ କ୍ଲାସ କରାଇବା ସହ ଏହି ଆଧ୍ୟାତ୍ମିକ ମାର୍ଗରେ କିପରି ଆଗକୁ ବଢ଼ିପାରିବା ,ମଜବୁତ୍,ପକ୍କା ହୋଇପାରିବ ତାହାର ଅନୁଭବ ପୂର୍ଣ୍ଣ ଅନୁଭୂତିକୁ ସେୟାର କରିଥିଲେ।ଅହିପରିଭାବେ ଅନ୍ୟ ସମସ୍ତ ଭଉଣୀ ମଧ୍ୟ ନିଜର ଅନୁଭବକୁ ବ୍ରହ୍ମାବତ୍ସ ଙ୍କ ପାଖରେ ଉପସ୍ଥାପିତ କରିଥିଲେ।ସମସ୍ତ ବ୍ରହ୍ମାଵତ୍ସ ଯୋଗଭଟ୍ଟି ର ଭରପୁର ଆନନ୍ଦ ନେଇପାରିଥିଲେ। ବ୍ରହ୍ମାକୁମାରୀ ନିରୁପ୍ରଭା ମଞ୍ଚ ପରିଚାଳନା କରିଥିବାବେଳେ ଏହି ପ୍ରଭୂପ୍ରିତ ଭାବନାର ସଞ୍ଚାଳିକା ବ୍ରହ୍ମାକୁମାରୀ ସୁଜ୍ଞାନି ଭଉଣୀ ସମସ୍ତ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ବ୍ରହ୍ମାକୁମାରୀ ଧରଣି,ଅନୁ ,ଭାଗ୍ୟ,ବ୍ରହ୍ମାକୁମାର ଚରଣ ,ବିଶ୍ଵନାଥ,ବଳରାମ,ନାଗେଶ୍ଵର,ଗୋଦାବରୀ,ଆଦି ସହଯୋଗ କରିଥିଲେ।
ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ
More Stories
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ନୂଆଗଡ ଗ୍ରାମ୍ୟ କମିଟି ସଭାପତି ଗୁରୁବାରି ବିଶ୍ଵାଳଙ୍କ ଦେହାନ୍ତ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବନ ମହୋତ୍ସବ ପାଳିତ