ଖଲ୍ଲିକୋଟ, (ଆମ ଓଡିଶା ଖବର):ଆଜି ସକାଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ଘଟିଛି | ସୂଚନା ଅନୁଯାୟୀ ରାସ୍ତା ପାର ହେଉଥିବା ସମୟରେ ଏକ ବାଇକ୍ କୁ କାର ଧକ୍କା ଦେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡିକାଲ କୁ ଚିକିତ୍ସା ପାଈଁ ନିଆଯାଇଥିଲା | ଅବସ୍ଥା ଗୁରୁତର ହେବାରୁ ଦୁଇ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା | ପ୍ରାପ୍ତ ସୂଚନା ଅନୁଯାୟୀ ଦୁର୍ଘଟଣା ରେ ବେଗୁନିଆପଡା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମର ରିଙ୍କୁ ପଲେଇ ଙ୍କ ଦେହାନ୍ତ ହୋଇଥିବା ଜଣା ପଡିଛି | ଅନ୍ୟ ଜଣେ ଉକ୍ତ ଗ୍ରାମର ରଂଜିତ ପରିଡା ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣା ପଡିଛି |
ଖବର ପାଇ ପରିବାର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |
ରିପୋର୍ଟ :ଦେବାଶିଷ ମହାରଣା


More Stories
ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ l
ମାଟ୍ରିକ ଟପ୍ପରଙ୍କୁ କୋଦଳା ଏନଏସି ପକ୍ଷରୁ ସମ୍ବର୍ଦ୍ଧନା l
ପଶ୍ଚିମବଙ୍ଗରେ ବିଜେପି ଇନ୍, ଦିଦି ଆଉଟ ହେବା ପରେ ସୁମଣ୍ଡଳ ଠାରେ ବିଜେପିର ବିଜୟ ଶୋଭାଯାତ୍ରା l