ରିପୋର୍ଟ : ବିଜୟ ପାଙ୍ଗି
କୁନ୍ଦୁରା (ଆମ ଓଡ଼ିଶା ଖବର )କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ ତଳକୁ ଓଲଟିଲା ଏକ ଗଞ୍ଜେଇ ବୋଝେଇ ଇନୋଭା ଗାଡ଼ି। ଖଟଲା ପଦର କୋଲାବ ନଦୀ ବ୍ରିଜରେ ଗତ କିଛି ଦିନ ତଳେ ଏକ ବରଯାତ୍ରୀ ଭ୍ୟାନଟି ଓଲଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ରୁ ଉର୍ଦ୍ଧ ଲୋକ ଗୁରୁତର ଆହତ ହୋଇଥିଲେ। ସେହି ସ୍ଥାନରେ ଆଜି ପୁଣି ଏକ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ସୂଚନା ମୁତାବକ ଗତ କାଲି ରାତିରେ କିଛି ଗଞ୍ଜେଇ ମାଫିଆ ଏକ ଇନୋଭା ଗାଡ଼ିରେ ମାଲକାନଗିରି ଅଞ୍ଚଳରୁ ଛତିଶଗଡ଼ ଅଞ୍ଚଲରେ ଗଂଜେଇ ଚରା ଚାଲାଣ ଚାଲାଣ କରୁଥିବା ନେଇ ଅନୁମାନ କରାଯାଉଛି।

ତେବେ ଗାଡ଼ିଟି ଦୃତ ଗତିରେ ଆସି ଖଟଲା ପଦର୍ ନିକଟସ୍ଥ କୋଲାବ ନଦୀ ବ୍ରିଜ ତଳକୁ ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣା ପଡ଼ିଛି। ତେବେ କେଉଁ ବ୍ୟକ୍ତି ମାନେ ଏହି ଗାଡ଼ିରେ ଯାଉଥିଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ। ନଦୀ ବ୍ରିଜ ତଳକୁ ଗାଡ଼ିଟି ଓଲଟି ପଡ଼ିଥିଲେ ସୁଦ୍ଧା କୌଣସି ବ୍ୟକ୍ତି ମୃତାହତ ହେବାର ସୂଚନା ମିଳୁ ନାହିଁ। କୁନ୍ଦୁରା ପୋଲିସ ଦୁର୍ଘଟଣା ଘଟିଥିବା ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା କରିବା ସହ ଗାଡ଼ି ଭିତରେ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ପରେ ଗାଡ଼ି ଭିତରୁ କିଛି ଗଞ୍ଜେଇ ଏବଂ ନମ୍ବର ପ୍ଲେଟ ମିଳିଥିବା ଜଣା ପଡ଼ିଛି। ତେବେ ଗାଡ଼ି ଭିତରେ ଥିବା ଗଞ୍ଜେଇ ଓ ଇନୋଭା ଗାଡ଼ିଟିକୁ ଜବତ କରି ତଦନ୍ତ କରିଥିବା ନେଇ କୁନ୍ଦୁରା ପୋଲିସ ପକ୍ଷରୁ ସୂଚନା ରହିଛି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.