ବୈପାରିଗୁଡ଼ା ରୁ ବିଜୟ ପାଙ୍ଗି ଙ୍କ ରିପୋର୍
ବୈପାରିଗୁଡ଼ା (ଆମ ଓଡ଼ିଶା ଖବର )ପ୍ରେମିକାକୁ ଅପହରଣ କରିବାକୁ ଆସି ଗାଁ ଲୋକଙ୍କ ହାତରେ ଧରା ପଡ଼ିଲେ ପ୍ରେମିକ ଓ ପ୍ରେମିକର ସହଯୋଗୀ। ପ୍ରେମିକ ଓ ପ୍ରେମିକର ସହଯୋଗୀଙ୍କ ପାଖରୁ ଏକ ମାଉଜର ବାହାରି ଥିବା ହେତୁ ଦୁହିଁଙ୍କୁ ପୋଲିସ ଜିମାରେ ଦେଇଛନ୍ତି ଭାଲିଆ ପଦର ଗ୍ରାମବାସୀ। ସୂଚନା ଅନୁଯାୟୀ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଭାଲିଆପଦର ଗ୍ରାମର ଲୋକନାଥ ପାଙ୍ଗିଙ୍କ ବାପାଙ୍କର ଦଶାହ କାର୍ଯ୍ୟ ଥିବାରୁ ଲୋକନାଥ ଘର କାମରେ ସାହାଯ୍ୟ କରିବାକୁ ନିଜ ସାଳି ଲାଲି ହନ୍ତାଳକୁ ଡକେଇଥିଲେ। ଘର କମାରେ ସାହାଯ୍ୟ କରିବା ପାଇଁ ଲାଳି ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅଞ୍ଚଳରୁ ଭାଲିଆପଦର ଗ୍ରାମରେ ଆସିଥିଲା। ତେବେ ଲାଳୀ ଭାଲିଆପଦର ଗ୍ରାମରେ ଥିବା ଖବର ପାଇ ଲାଳୀଙ୍କ ପ୍ରେମିକ ଓ ପ୍ରେମିକର ସହଯୋଗୀ ଦୁହେଁ ମିଶି ଲାଳିଙ୍କୁ ଅପହରଣ କରିବା ପାଇଁ ଏକ ଓଡି ୩୦ ସି ୮୨୧୪ ଆପାଚୀ ଗାଡ଼ି ଧରି ଗତକାଲି ରାତି ୧୧ ଘଣ୍ଟା ସମୟରେ ବୈପାରିଗୁଡ଼ା ଥାନା ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ପହଞ୍ଚି ଥିଲେ। ଭାଲିଆପଦର ଗ୍ରାମରେ ଯାଇ ଲାଳୀଙ୍କୁ ଅପହରଣ କରି ନେବା ପାଇଁ ଯୋଜନା କରୁଥିଲେ। ଯୋଜନାରୁ ବିଫଳ ହେବାପରେ ଲୋକନାଥଙ୍କ ଘରକୁ ଯାଇ ଜର ଜବରଦସ୍ତ ଲାଳୀଙ୍କୁ ଡାକି ନେବାକୁ ଜିଦ ଧରି ବସିଥିଲେ। ଲୋକନାଥ ରାତ୍ର ସମୟରେ ଲାଳୀଙ୍କୁ ପଠେଇବି ନାହିଁ ବୋଲି ସଫା ସଫା ମନା କରିଥିଲେ। ଲୋକନାଥ ମନା କରିବା ପରେ ଲାଳୀଙ୍କ ପ୍ରେମିକ ନିଜ ଅଣ୍ଟାରେ ଧରିଥିବା ମାଉଜର ବାହାର କରି ଲାଳୀଙ୍କୁ ଛାଡ଼ ମୁଁ ଲାଳୀଙ୍କୁ କାଳିମେଳା ନେଇଯିବି। ଯଦି ଲାଳୀଙ୍କୁ ମୋ ସହିତ ଯିବାକୁ ଦେବୁ ନାହିଁ ତେବେ ତତେ ଜୀବନରେ ମାରିଦେବି ବୋଲି ଲୋକନାଥଙ୍କୁ ଧମକ ଦେଇଥିଲେ। ଏହିପରି ହୋହାଲ୍ଲା କରୁଥିବା ଶୁଣି ଗ୍ରାମର ଲୋକେ ରୁଣ୍ଡ ହୋଇ ଦୁହିଁକୁ ଭିଡ଼ି ନେଇଥିଲେ। ତେବେ ସେ ମାନଙ୍କ ଠାରୁ ଏକ ମାଉଜର ବାହାରି ଥିବାରୁ ଭାଲିଆପଦର ଗ୍ରାମବାସୀ ବୈପାରିଗୁଡ଼ା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବୈପାରିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆପାଚ଼ୀ ଗାଡ଼ି ଓ ମାଉଜର ଜବତ କରିବା ସହ ଦୁହିଁଙ୍କୁ ଥାନାରେ ଆଣି ମାଉଜର କେଉଁଠୁ ପାଇଲୁ ବୋଲି ପଚାରା ଉଚାରା କରିବା ସହ ଘଟଣା ବିଷୟରେ ତଦନ୍ତ କରିଥିଲେ। ତେବେ ଦୁହିଁଙ୍କ ଘର ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର କୁଲଧର ନାୟକ (୪୧) ଓ ପ୍ରେମିକର ସହଯୋଗୀ ବେହେରା ଗୁଡ଼ା ଗ୍ରାମର ପିଣ୍ଟୁ ହନ୍ତାଳ ବୋଲି ଜଣା ପଡ଼ିଛି। ଦୁହେଁ ମିଶି ଲାଳୀଙ୍କୁ ଅପହରଣ କରିବା ନିମନ୍ତେ ଆସିଥିବା ଘଟଣାର ତଦନ୍ତ କରିବା ସହ ଏକ ମାମଲା ରୁଜୁ କରି ଦୁହିଁଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ବୈପାରିଗୁଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି।


More Stories
ଆଦିତ୍ଯ ସେଠୀ ନାମକ ନକଲି ପୁଲିସକୁ ବାନ୍ଧିଲା ଅସଲି ପୁଲିସ।
ରୁପା ଚେନ ପାଇଁ ଛୁରା ମାଡ଼, ଅଭିଯୁକ୍ତ ଗିରଫ l
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.